ଶତବାର୍ଷିକୀରେ ନୀଳମଣିଙ୍କୁ ଶ୍ରଦ୍ଧାଞ୍ଜଳି

ବାସୁଦେବପୁର,୨୫ା୫(ଡି.ଏନ୍‌.ଏ.)- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାସୁଦେବପୁରର ପୂର୍ବତନ ବିଧାୟକ ସ୍ବର୍ଗତ ନୀଳମଣି ରାଉତରାୟଙ୍କର ଜନ୍ମ ଶତବାର୍ଷିକୀ ଉତ୍ସବ ରବିବାର ପାଳିତ ହୋଇଯାଇଛି। ସକାଳେ ବାସୁଦେବପୁରସ୍ଥିତ ନୀଳମଣି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ ଥିବା ସ୍ବର୍ଗତ ରାଉତରାୟଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ତଥା ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ବାଇଁ ଅତିଥି ଭାବେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ। ପୂର୍ବାହ୍ନରେ ଓଡ଼ିଆ ଭାଷା ସାହିତ୍ୟ ତଥା ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସ୍ବର୍ଗତ ରାଉତରାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଡାକ୍ତରଖାନା ଯାଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ଅସୀତ ଦାଶ, ଏମ୍‌ପିଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି, ବ୍ଲକ ବିଜେଡି ସଭାପତି ତଥା ସରପଞ୍ଚ ଦୀନବନ୍ଧୁ ଦାସ, ନଗର ସଭାପତି ଶ୍ୟାମସୁନ୍ଦର ମହାନ୍ତି, ସରପଞ୍ଚ ପ୍ରଫୁଲ୍ଲ ପଳିତା, ପୂର୍ବତନ ସରପଞ୍ଚ ନିର୍ମଳ ମଣ୍ଡଳ, ସମିତିସଭ୍ୟ ରତିକାନ୍ତ ବାରିକ, ମାନସ ରଞ୍ଜନ ସାହୁ, ଯୁବ ବିଜେଡ଼ି ଜିଲା ସମ୍ପାଦକ ଦେବଦର୍ଶନ ଦାଶଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ଉପସ୍ଥିତ ଥିଲେ।