Posted inଫୁରସତ

ଶତାବ୍ଦୀ ପୁରୁଣା ବୁକ୍‌ଷ୍ଟୋର

ଟେକ୍ନୋଲୋଜିର ଅଗ୍ରଗତି ଫଳରେ ଆଜିକାଲି ସବୁକିଛି ଡିଜିଟାଲାଇଜ୍‌ ହୋଇଯାଇଛି। ଏମିତି କି ପାଠ୍ୟପୁସ୍ତକର ସ୍ଥାନ ନେଇଯାଇଛି ଇ-ବୁକ୍ସ୍‌। ଆଜିକାଲି ସ୍ମାର୍ଟ ଫୋନ୍‌ ଏବଂ ଟ୍ୟାବ୍‌ ମାଧ୍ୟମରେ ଲୋକମାନେ ହାତପାହାନ୍ତାରେ ସମସ୍ତ ପ୍ରକାର ବହି, ମାଗାଜିନ୍‌ ପଢିବାର ସୁଯୋଗ ପାଇପାରୁଥିବା ବେଳେ ଆଜି ମଧ୍ୟ ପର୍ତ୍ତୁଗାଲର ପର୍ତ୍ତୋ ସହରରେ ଥିବା ଶତାବ୍ଦୀ ପୁରୁଣା ବୁକ୍‌ଷ୍ଟୋର ସେଠାକାର ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। ‘ଲିଭରାରିଆ ଲେଲ୍ଲୋ’ ନାମକ ଏହି ବୁକ୍‌ ଷ୍ଟୋର ମଧ୍ୟକୁ ପ୍ରବେଶ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଥାଏ। ୧୮୮୧ ମସିହାରେ ସ୍ଥାପନ କରାଯାଇଥିବା ଏହି ବୁକ୍‌ଷ୍ଟୋର ମଧ୍ୟକୁ ପ୍ରବେଶ କରିବା ପାଇଁ ଗ୍ରାହକଙ୍କୁ ପ୍ରବେଶ ଶୁଳ୍କ ଦେବାକୁ ପଡିଥାଏ। ଏଠାରେ ଇଂଲିଶ୍‌ ପୁସ୍ତକ ବ୍ୟତୀତ ପର୍ତ୍ତୁଗୀଜ୍‌, ଜର୍ମାନ, ଫ୍ରାନ୍ସିସି, ସ୍ପେନି ଆଦି ଭାଷାର ଅନେକ ପୁସ୍ତକ ଉପଲବ୍ଧ ଅଛି। ଏହି ବୁକ୍‌ଷ୍ଟୋରର ଅନ୍ୟ ଏକ ବିଶେଷତା ହେଉଛି ଏହାର ଆଭ୍ୟନ୍ତରୀଣ ସାଜସଜ୍ଜା। କାଠର କଳାକୃତିରେ ନିର୍ମିତ ସେଲ୍ଫ ତଥା ରଙ୍ଗ ବେରଙ୍ଗର ଛାତ ଏହି ସ୍ଥାନକୁ ଅଧିକ ଆକର୍ଷଣୀୟ କରିଥାଏ। କୁହାଯାଏ ହ୍ୟାରିପୋର୍ଟର ପୁସ୍ତକର ଲେଖିକା ଜେ.କେ. ରୋଲିଙ୍ଗ ଏହି ପୁସ୍ତକାଳୟର ଇଣ୍ଟେରିୟରରୁ ଅନୁପ୍ରାଣିତ ହୋଇ ହ୍ୟାରିପୋର୍ଟର କାହାଣୀରେ ଯାଦୁ ଶିକ୍ଷା ଦିଆଯାଉଥିବା ସ୍କୁଲ ହୋଗଓ୍ବାର୍ଟସ୍‌ର ରଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri