Categories: ଜାତୀୟ

ଶତ୍ରୁକୁ ଜବାବ ଦେବା ପାଇଁ ସଶସ୍ତ୍ର ବଳ ସକ୍ଷମ: ରାଜନାଥ

ନୂଆଦିଲ୍ଲୀ,୨୩ା୧୦(ପି.ଟି.): ଶତ୍ରୁ ପକ୍ଷକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସଶସ୍ତ୍ର ବଳ ସମ୍ପୂର୍ଣ୍ଣ ଭାବେ ସକ୍ଷମ ବୋଲି ମଙ୍ଗଳବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ୩ ଦିନିଆ ନାଭାଲ କମାଣ୍ଡର୍ସ କନ୍‌ଫରେନ୍ସର ଦ୍ୱିତୀୟ ସଂସ୍କରଣ ନୂଆଦିଲ୍ଲୀରେ ମଙ୍ଗଳବାର ଆରମ୍ଭ ହୋଇଛି। ଏଥିରେ ଯୋଗଦେଇ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ଭାରତ କେବେ ପ୍ରଥମେ ଆକ୍ରମଣ କରିନାହିଁ। କିନ୍ତୁ ଭାରତ ଉପରେ କେହି ଖରାପ ନଜର ପକାଇଲେ ସଶସ୍ତ୍ର ବଳ ତାକୁ କଡ଼ା ଜବାବ ଦେବ। ୨୬/୧୧ ବମ୍ବେ ଆକ୍ରମଣର ପୁନରାବୃତ୍ତି ଯେପରି ନ ହୁଏ ସେଥିଲାଗି ନୌସେନା ସଜାଗ ହୋଇରହିଛି। ତଙ୍ଗ୍‌ଧାର ସେକ୍ଟରରେ ଭାରତୀୟ ସେନାର ଜବାବ ପରେ ପାକିସ୍ତାନର ରେଳମନ୍ତ୍ରୀ ଭାରତକୁ ଆଣବିକ ଆକ୍ରମଣର ଭୟ ଦେଖାଇବା ନେଇ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ରାଜନାଥ ଏପରି ଉତ୍ତର ରଖିଛନ୍ତି।

Share