Categories: ଜାତୀୟ

ଶନିବାର ବିନା ବ୍ୟାଗରେ ସ୍କୁଲ ଯିବେ ଛାତ୍ରୀଛାତ୍ର

ଇମ୍ଫାଲ,୯।୯: ସ୍କୁଲ ପିଲାଙ୍କ ପାଇଁ ମଣିପୁର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରତି ଶନିବାର ପିଲାମାନେ ସ୍କୁଲକୁ ବିନା ବ୍ୟାଗରେ ଯିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ ପାଇଁ କାର୍ଯ୍ୟକାରୀ ହେବ। ପିଲାମାନେ ଏହିଦିନ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରିବେ। ନିକଟରେ ଏମିତି ଏକ ପଦକ୍ଷେପ ନେବା ପରେ ଉଭୟ ଛାତ୍ରୀଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିଛି ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂ କହିଛନ୍ତି ଏଥର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଢୁଥିବା ପିଲାମାନେ ଶନିବାର ବିନା ବ୍ୟାଗରେ ସ୍କୁଲ ଆସିବେ। ଏହାକୁ ଦେଖି ପିଲାମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।

Share