Advertisement

ଶନିମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି: ପୋଲିସ,ମାଜିଷ୍ଟ୍ରେଟଙ୍କ ହସ୍ତକ୍ଷେପ ପରେ ଖାଲି ହେଲା ମନ୍ଦିର

ଦେବଗଡ଼, ୨୧।୩ (ଡି.ଏନ.ଏ .): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି l ଆସନ୍ତା ଏପ୍ରିଲ ୧ ପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ଧର୍ମାନୁଷ୍ଠାନରେ କେବଳ ଦୈନନ୍ଦିନ ରୀତିନୀତି ପରେ ବନ୍ଦ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ସତ୍ତ୍ୱେ ପ୍ରଶାସନିକ ନିର୍ଦ୍ଦେଶକୁ କେତେକ ସ୍ଥାନରେ ଅବମାନନା କରାଯାଉଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଶନିମନ୍ଦିରରେ l ଶନିବାର ଥିବାରୁ ଭୋରରୁ ଶନିମନ୍ଦିରରେ ପ୍ରବଳ ଜନଗହଳି ହୋଇଥିଲା। ମନ୍ଦିରରେ ଦର୍ଶନ ଓ ପୂଜା ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିଲା । ମନ୍ଦିରରେ ପୂଜକ ମଧ୍ୟ ପୂଜା ଆରମ୍ଭ କରିଥିଲେ। ଖବର ପାଇ ଦେବଗଡ଼ ଥାନା ପୋଲିସ ମାଜିଷ୍ଟ୍ରେଟ କୈବଲ୍ୟ କରଙ୍କ ସହ ମନ୍ଦିରରେ ପହଞ୍ଚି ଜନଗହଳି ଖାଲି କରିବା ସହ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିର ପରିସର ଖାଲି କରିବାକୁ ବୁଝାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel