Advertisement

ଶପଥଗ୍ରହଣ ସମାରୋହ ପରେ ଭିଡ଼ରେ ଫସିଥିଲେ ଆଶା ଭୋସଲେ, ସାହାଯ୍ୟ କରିଥିବାରୁ ସ୍ମୃତିଙ୍କୁ ଦେଲେ ଧନ୍ୟବାଦ

ମୁମ୍ବାଇ: କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉଦାର ସ୍ବଭାବକୁ ନେଇ ଚର୍ଚ୍ଚା। ସେ ବି ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ଟୁଇଟ୍‌ ପରେ। ଗୁରୁବାର ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ଶପଥଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲିଉଡ୍‌ ତଥା ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ଲୋକେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଆଶା। ତେବେ ରାତି ୯ଟାରେ କାର୍ଯ୍ୟକ୍ରମ ଶେଷ ହେବା ପରେ ବାଟବଣା ହୋଇଯାଇଥିଲେ ଆଶା। ଅତ୍ୟଧିକ ଭିଡ଼ ଯୋଗୁ ସେ କିପରି ସେଥିରୁ ବାହାରିବେ ଜାଣିପାରୁ ନ ଥିଲେ। ଏଭଳି ଏକ ସମୟରେ ସାହାଯ୍ୟ ପାଇଁ ଆଗକୁ ଆସିଥିଲେ ସ୍ମୃତି। ସେ ଆଶାଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚିବା ଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲେ। ଆଶା ସ୍ମୃତିଙ୍କୁ ଧନ୍ୟବାଦ ଦେବା ସହ ଏ ନେଇ ନିଜ ଟୁଇଟର ପୃଷ୍ଠାରେ ସୂଚନା ଦେଇଛନ୍ତି। ତେବେ ସେ ସମସ୍ତଙ୍କ ଯତ୍ନ ନିଅନ୍ତି ତେଣୁ ସେ ଜିତିଛନ୍ତି ବୋଲି ଆଶା ମତ ଦେଇଛନ୍ତି। ଏହାର ଜବାବରେ ସ୍ମୃତି ଆର୍ଶିବାଦ ଭିକ୍ଷା କରିଛନ୍ତି।

କେବଳ ଯେ ଆଶା ତାହା ନୁହେଁ, ନୂତନ ମନ୍ତ୍ରୀମଣ୍ଡଳ ଶପଥଗ୍ରହଣ ସମାରୋହରେ ଦେଶ ତଥା ବିଦେଶର ବଡ଼ ବଡ଼ ରାଜନେତା ଯୋଗ ଦେଇଥିଲେ। ବଲିଉଡ୍‌ର ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା, ଅଭିନେତ୍ରୀ ତଥା କମେଡିଆନ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ କଙ୍ଗନା ରାଣାଓ୍ବତ, କରନ୍‌ ଜୋହର, ଦିବ୍ୟା କୁମାର ଖୋସଲା, ଅନୁପମ ଖେର, ଅନିଲ କପୁର, ରାଜକୁମାର ହିରାନୀ, ଶାହିଦ କପୁର ପ୍ରମୁଖ ରହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share