ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ମୁଁ ଶପଥ କରି କହୁଛି ଲାଞ୍ଚ ନେବିନି କି କାହାକୁ ଲାଞ୍ଚ ଦେବିନି। ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ସୋମବାର ଏଭଳି ଶପଥ ନେଇଛନ୍ତି ପଞ୍ଚାୟତିରାଜ ବିଭାଗ କର୍ମଚାରୀ। ଲୋକସେବା ଭବନରେ ଛିଡ଼ାହୋଇ ପ୍ରମୁଖ ସଚିବଙ୍କଠାରୁ ଆରମ୍ଭକରି ତଳିଆ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଏହି ଶପଥ ନେଇଛନ୍ତି। ଶପଥ ପତ୍ରରେ ଲାଞ୍ଚ ନ ନେବା ସହ ଅନେକ ହଲପ ରହିଛି। ସାଧାରଣ ଲୋକଙ୍କ ପାଇଁ କାମ କରିବା ଓ ସ୍ବଚ୍ଛତା ରଖିବା ପାଇଁ ଏହି ଶପଥ ନିଆଯାଇଛି।