Categories: ଜାତୀୟ

ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ମୁମ୍ବାଇ ପହଞ୍ଚିଲେ ଷ୍ଟାଲିନ

ମୁମ୍ବାଇ,୨୮।୧୧: ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ ଗୁରୁବାର ସକାଳେ ମୁମ୍ବାଇ ପହଞ୍ଚିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଉଦ୍ଧବ ଠାକରେ ସନ୍ଧ୍ୟାରେ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସେ ମୁମ୍ବାଇ ପହଞ୍ଚିଥିବା ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରାୟ ସବୁ ବଡ ବଡ ନେତାଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ କଂଗ୍ରେସର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ସୂଚନାଯୋଗ୍ୟ, ବହୁ ବାଦବିବାଦ ପରେ ଶିବସେନା ନେତା ଉଦ୍ଧବ ଠାକରେ ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ସେ ଏହି ଆସନରେ ବସିବାକୁ ଯାଉଥିବା ବେଳେ ସାରା ରାଜ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।

Share