Categories: ଜାତୀୟ

ଶପଥ ଗ୍ରହଣ ପରେ ମନଖୋଲି କଥା ହେବେ ଗୋଗୋଇ

ନୂଆଦିଲ୍ଲୀ,୧୭।୩: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ସରକାର ରାଜ୍ୟ ସଭାକୁ ମନୋନୀତ କରିଛନ୍ତି। ଏନେଇ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୮୦ର ଧାରା (୧)ର ଉପଧାରା (କ)ରେ ପ୍ରଦତ୍ତ କ୍ଷମତାର ପ୍ରୟୋଗ ବଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ଗୋଗୋଇଙ୍କୁ ରାଜ୍ୟ ସଭାକୁ ମନୋନୀତ କରିଥିବା ଏଥିରେ ଉଲ୍ଲେଖ କରାଯାଇଥିଲା। କେ.ଟି.ଏସ. ତୁଲସୀଙ୍କ ଅବସର ପରେ ରାଜ୍ୟ ସଭାରେ ଗୋଟିଏ ମନୋନୀତ ସଦସ୍ୟ ଆସନ ଖାଲିପଡ଼ିଥିବା ବେଳେ ଗୋଗୋଇଙ୍କୁ ଏଥିପାଇଁ ବଛା ଯାଇଥିଲା। ଏହାକୁ ନେଇ କଂଗ୍ରେସ ସମେତ ଆଉ କିଛି ଦଳ ବିରୋଧ ମଧ୍ୟ କରିଥିଲେ। ଏ ସର୍ମ୍ପରେ ଗୋଗୋଇଙ୍କୁ ପଚରାଯିବାରୁ ସେ କହିଛନ୍ତି, ବୁଧବାର ସେ ଦିଲ୍ଲୀ ଗସ୍ତ କରିବାର ଯୋଜନା ରହିଛି। ତେବେ ରାଜ୍ୟ ସଭାରେ ଶପଥ ଗ୍ରହଣ କରିବା ପରେ ସେ ଗଣମାଧ୍ୟମକୁ ସବୁକଥା କହିବେ, ଯେ ସେ କାହିଁକି ରାଜ୍ୟ ସଭା ଯିବାକୁ ରାଜି ହୋଇଛନ୍ତି।

Share