ବେଙ୍ଗାଲୁରୁ,୨୬।୭: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାଜପା ନେତା ବିଏସ୍ ୟେଦୁରପ୍ପା ଶୁକ୍ରବାର କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସନ୍ଧ୍ୟା ୬ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାପୂର୍ବରୁ ସେ ଭାଜପା କାର୍ଯ୍ୟାଳୟ ଗସ୍ତ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆସ୍ଥା ଭୋଟରେ ୧୦୫ ଖଣ୍ଡ ଭୋଟ ପାଇ ଜିତିଥିବା ଭାଜପା ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ସ୍ଥିର କରିଛି।