Categories: ଜାତୀୟ

ଶପଥ ଗ୍ରହଣ ପୂର୍ବରୁ ମହାତ୍ମା-ଅଟଳ-ଶହୀଦ୍‌ଙ୍କୁ ମୋଦି ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୩୦।୫: ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ନରେନ୍ଦ୍ର ମୋଦି ଗୁରୁବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ରାଜଘାଟରେ ପହଞ୍ଚି ସକାଳ ୭ଟାରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଅମିତ ଶାହ ଏବଂ ଭାଜପାର ସମସ୍ତ ଏମ୍‌ପି ଉପସ୍ଥିତ ଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ବୀର ମେମୋରିଆଲ ପହଞ୍ଚି ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Share