ଶପଥ ଗ୍ରହଣ ପୂର୍ବରୁ ମୋଦିଙ୍କୁ ସମାଲୋଚନା କଲା ପାକିସ୍ତାନ ଗଣମାଧ୍ୟମ

ଇସଲାମାବାଦ,୩୦।୫: ଗୋଟିଏ ପଟେ ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଅନ୍ୟପଟେ ଏହାକୁ ନେଇ ପାକିସ୍ତାନରେ ଚାଲିଛି ଆଲୋଚନା ସମାଲୋଚନା। ପାକିସ୍ତାନର ଜଣାଶୁଣା ଖବର କାଗଜ ଡନ୍‌ ଗୁରୁବାର ଲେଖିଛି କି ମୋଦି ଜଣେ ନିରଙ୍କୁଶ ଓ ଅହଂକାରୀ ରାଜନେତା। ୨୦୧୪ରେ ମଧ୍ୟ ମୋଦି ଶାସନ ଭାର ସମ୍ଭାଳିବା ବେଳେ ଏମିତି ପରିସ୍ଥିତି ଦେଖିବାକୁ ମିଳିଥିଲା ପାକିସ୍ତାନରେ। ସେତେବେଳେ ବି ପାକିସ୍ତାନ ମୋଦିଙ୍କୁ ଏକ ମୌଳବାଦି ଚିନ୍ତାଧାରର ନେତା କହି ସମାଲୋଚନା କରିଥିଲା। ଉକ୍ତ ଖବରକାଗଜରେ ଆହୁରି ମଧ୍ୟ ଲେଖାଯାଇଛି କି ଭାରତୀୟମାନେ ପୁଣିଥରେ ମୋଦିଙ୍କୁ ଶାସନ କ୍ଷମତା ଦେଇ ଧର୍ମନିରପେକ୍ଷତାର ଛବିକୁ କେବଳ ଦେଖେଇବା ପାଇଁ ରଖିଦେଲେ। ଏହାଦ୍ୱାରା ଦଳିତମାନେ ଅବହେଳିତ ହେବେ ବୋଲି ଖବର କାଗଜରେ ଦର୍ଶାଯାଇଛି। ଏଥିରେ ସେନାଙ୍କୁ ମଧ୍ୟ ସମାଲୋଚନା କରାଯାଇଛି।

Share