Categories: ଜାତୀୟ

ଶପଥ ନେଲେ ହିମାଚଳ ରାଜ୍ୟପାଳ

ଶିମ୍‌ଲା,୧୨ା୯(ପି.ଟି.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ ବୁଧବାର ହିମାଚଳ ପ୍ରଦେଶର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ହିମାଚଳ ପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଧରମଚାନ୍ଦ୍‌ ଚୌଧରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ୭୨ ବର୍ଷୀୟ ଦତ୍ତାତ୍ରେୟ ମୋଦି ସରକାରଙ୍କ ପ୍ରଥମ ପାଳିରେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଥିବାବେଳେ ପୂର୍ବରୁ ବାଜପେୟୀ ସରକାରଙ୍କ କ୍ୟାବିନେଟରେ ମଧ୍ୟ ସାମିଲ ଥିଲେ। ପୂର୍ବରୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଥିବା କାଲରାଜ ମିଶ୍ରଙ୍କୁ ରାଜସ୍ଥାନ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିବାବେଳେ ତାଙ୍କ ସ୍ଥାନରେ ଦତ୍ତାତ୍ରେୟଙ୍କୁ ଅବସ୍ଥାପିତ କରାଯାଇଛି।

Share