Categories: ଜାତୀୟ

ଶପଥ ନେଲେ ୧୩ ନବ ନିର୍ବାଚିତ ବିଧାୟକ

ବେଙ୍ଗାଲୁରୁ,୨୨।୧୨: ନିକଟରେ କର୍ନାଟକରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜୟ ଲାଭ କରିଥିବା ୧୫ ବିଧାକୟକଙ୍କ ମଧ୍ୟରୁ ୧୩ଜଣ ରବିବାର ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। କର୍ନାଟକ ବିଧାନସଭାର ବାଚସ୍ପତି ବିଶ୍ୱେଶ୍ୱର ହେଗଡେ କାଗେରିଙ୍କ ଉପସ୍ଥିତିରେ ଏମାନେ ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୧୨ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ରହିଛନ୍ତି। ଶପଥ ଗ୍ରହଣ ସମୟରେ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା, ରାଜସ୍ବ ମନ୍ତ୍ରୀ ଆର୍‌, ଅଶୋକ, ଶିକ୍ଷାମନ୍ତ୍ରୀ ଏସ୍‌. ସୁରେଶ କୁମାର ଓ ଅବକାରୀ ମନ୍ତ୍ରୀ ଏଚ୍‌. ନାଗେଶ ପ୍ରମୁଖ ଉପସ୍ଥିତ ଥିଲେ।

Share