ଶବାନାଙ୍କ ଚରିତ୍ରରେ ନଜର ଆସିବେ ସ୍ବରା

ମୁମ୍ବାଇ: ୧୯୮୨ରେ ପରଦାକୁ ଆସିଥିବା ମହେଶ ଭଟ୍ଟଙ୍କ ଫିଲ୍ମ ‘ଅର୍ଥ’ର ରିମେକ୍‌ ହେବାକୁ ଯାଉଛି। ପୂର୍ବ ଫିଲ୍ମରେ ଶବାନା ଆଜମୀ, ସ୍ମିତା ପାଟିଲ, ରାଜ କିରଣ ଓ କୁଲଭୂଷଣ ଖରବନ୍ଦା ଥିବା ବେଳେ ଏହା ସେମାନଙ୍କ କ୍ୟାରିୟରର ହିଟ୍‌ ଫିଲ୍ମ ସାବ୍ୟସ୍ତ ହୋଇଥିଲା। ଏବେ ଏହି ଫିଲ୍ମ ପାଇଁ ଶବାନାଙ୍କ କ୍ୟାରେକ୍ଟରରେ ସ୍ବରା ଭାଷ୍କର ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ପୂର୍ବରୁ ଶବାନାଙ୍କ ଚରିତ୍ର ପାଇଁ ଜ୍ୟାକଲିନଙ୍କୁ ବଛାଯାଇଥିବା କଥା ଶୁଣିବାକୁ ମିଳିଥିଲା। ହେଲେ ଏବେ ଏଥିରେ ସ୍ବରାଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡିଛି। ଆଉ ଏହାକୁ ନେଇ ସ୍ବରା ମଧ୍ୟ ଖୁବ୍‌ ଏକସାଇଟେଡ୍‌ ଥିବା କୁହାଯାଉଛି।

Share