ଶବାନାଙ୍କ ଡ୍ରାଇଭରଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୧୯।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଶନିବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖବର ମିଳିଥିଲା। ଏଥିରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଥିଲେ। ହେଲେ କାର୍‌ରେ ତାଙ୍କ ସହ ଥିବା ତାଙ୍କ ସ୍ବାମୀ ଜାଭେଦ ଅଖତର ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣାରେ ଶବାନାଙ୍କ ଡ୍ରାଇଭର ଅମଲେଶ କାମତଙ୍କ ନାଁରେ ବେପରୁଆ ଗାଡି ଚାଳନା ଅଭିଯୋଗରେ ଏଫ୍‌ଆଇଆର୍‌ ଦିଆଯାଇଛି। ସୂଚନାଯୋଗ୍ୟ,ଶନିବାର ଶବାନାଙ୍କ କାର୍‌ ଏକ ଟ୍ରକ୍‌ ସହ ପୁନେ-ମୁମ୍ବାଇ ଏକ୍ସପ୍ରେସ୍‌ଓ୍ବେରେ ଧକ୍କା ହେବା ଫଳରେ ଉଭୟ ଶବାନା ଓ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଏମ୍‌ଜେଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଟ୍ରକ ଡ୍ରାଇଭର ଶବାନାଙ୍କ ଡ୍ରାଇଭରଙ୍କ ନାଁରେ ପୋଲିସରେ ଅଭିଯୋଗ କରିଥିଲେ।

Share