ଶବାନା ଆଜମୀଙ୍କ ଜୀବନ ବଞ୍ଚାଇଥିବା ଯବାନ ହେଲେ ପୁରସ୍କୃତ

ବଲିଉଡ୍‌ର ନାମକରା ଅଭିନେତ୍ରୀ ଶବାନା ଆଜ୍‌ମୀ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଶବାନାଙ୍କୁ ବଞ୍ଚାଇବା ପାଇଁ ପ୍ରାୟ ୧ କିମି ଦୌଡିଥିବା ମହାରାଷ୍ଟ୍ର ସିକ୍ୟୁରିଟି ଫୋର୍ସ (ଏମ୍‌ଏସ୍‌ଏଫ୍‌)ର ଯବାନ ବିବେକାନନ୍ଦ ଅନିଲ ଯୋଗେଙ୍କୁ ଲାଇଫ୍‌ ସେଭିଂ ଫାଉଣ୍ଡେଶନ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଘଟଣାଦିନ ପ୍ରଥମେ ବିବେକାନନ୍ଦଙ୍କୁ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେର କୋହ୍ଲପୁର ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଥିଲା। ସେତେବେଳେ ଗାଡିରେ ଶବାନା ଆଜ୍‌ମୀ ଥିବା କଥା ତାଙ୍କୁ ଜଣା ନ ଥିଲା। ସେ ସମୟ ନଷ୍ଟ ନ କରି ଗିଡ୍‌ ଅଞ୍ଚଳରୁ ତୁରନ୍ତ ଘଟଣାସ୍ଥଳକୁ ଦୌଡିଥିଲେ। ସେଠାରେ କାର୍‌ ଭିତରୁ ଶବାନାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୂଚନାଯୋଗ୍ୟ, ଜାନୁୟାରୀ ୧୮ରେ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେର କୋହ୍ଲପୁର ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା ଶବାନାଙ୍କ କାର। ସେଥିରେ ଶବାନାଙ୍କ ସମେତ ତାଙ୍କ ସ୍ବାମୀ ତଥା ପ୍ରସିଦ୍ଧ ଅଭିନେତା ଓ ଗୀତିକାର ଜାଭେଦ୍‌ ଅଖତର ଓ ଡ୍ରାଇଭର ଥିଲେ। ଦୁର୍ଘଟଣାରେ ଶବାନା ଆଜ୍‌ମୀ ଓ ତାଙ୍କ ଡ୍ରାଇଭର ଆହତ ହୋଇଥିବା ବେଳେ ଜାଭେଦ୍‌ ଅଖତର ସୁରକ୍ଷିତ ଥିଲେ।

Share