ସାଧାରଣତଃ ଯଦି ଏସିରୁ କୌଣସି ଶବ୍ଦ ବାହାରେ, ତେବେ ଆମେମାନେ ତାକୁ ଖୋଲି ସଫା କରିଦେଉ। ହେଲେ ଯଦି ଏହି ଶବ୍ଦ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ନୁହଁ, ବରଂ ବହୁ ସାପଙ୍କ ହେତୁ ହେଉଥିବ ତାହେଲେ କ’ଣ କରିବେ। ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ସତ। ଏଭଳି ଘଟଣା ସମ୍ନାକୁ ଆସିଛି ଥାଇଲାଣ୍ଡରୁ। ଥାଇଲାଣ୍ଡର ଜଣେ ବ୍ୟକ୍ତି ନିଜ ଏସିରୁ ବାହାରୁଥିବା ଶ୍ରୁତିକଟୁ ଶବ୍ଦରୁ ଅତିଷ୍ଠ ହୋଇପଡ଼ିଥିଲେ। ଗୋଟିଏ ଦିନ ଏସିରୁ ଅଜବ ଶବ୍ଦ ବାହାରି ଥିବା ବେଳେ ବିରକ୍ତ ହୋଇ ଶେଷରେ ସେ ଉକ୍ତ ଏସିକୁ ଖୋଲିଥିଲେ। ଖୋଲିବା ପରେ ତା’ ଭିତରର ଦୃଶ୍ୟ ଦେଖି ତାଙ୍କର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏସି ଭିତରେ ଗୋଟିଏ କି ଦୁଇଟି ନୁହଁ, ୫ଟି ସାପ ରହିଥିଲେ। ଏହାପରେ ସେ ବହୁ ଉଦ୍ୟମ କରି ସବୁ ସାପଙ୍କୁ ବାହାର କରିଥିଲେ। ତେବେ ଏସି ଭିତରକୁ ଏତେଗୁଡାଏ ସାପ କେଉଁଠୁ ଆସିଲେ ବୋଲି ସଂପୃକ୍ତ ବ୍ୟକ୍ତିଙ୍କୁ ଭାଳେଣି ପଡ଼ିଯାଇଛି। କାରଣ ତାଙ୍କ ଘରେ ଗୋଟିଏ ଛୋଟ ଝିଅ ଥିବା ବେଳେ ତା’ର ସୁରକ୍ଷାକୁ ନେଇ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଥାଇଲାଣ୍ଡର ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ଚାରିଆଡ଼େ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।