ଶବ୍ଦ ପ୍ରଦୂଷଣ ଅଭିଯୋଗ, ୨ ଡିଜେ ଗାଡି ଜବତ ୪୪ ହଜାର ୫ ଶହ ଟଙ୍କା ଜରିମାନା

ଆସିକା,୭ା୯(ଡି.ଏନ୍‌.ଏ.)- ଆସିକା ଥାନା ଇଲାକାରେ ବେଆଇନ ଭାବେ ଶବ୍ଦ ପ୍ରଦୂଷଣ କରୁଥିବା ଅଭିଯୋଗରେ ୨ଟି ଡିଜେ ଗାଡିକୁ ଶୁକ୍ରବାର ପୋଲିସ ଜବତ କରିଛି। ଏ ନେଇ ଦୁଇଟି ମାମଲା ରୁଜୁ ହୋଇଛି। ଆସିକା ଏନ୍‌ଏସି ବାଣୀବିହାର ଏବଂ କାଳଷଣ୍ଢପୁର ଗ୍ରାମରେ ଭସାଣି ଶୋଭାଯାତ୍ରାରୁ ପୋଲିସ ଏହାକୁ ଜବତ କରିଛି। ନଂ.୬୪/୧୯ରେ ଡିଜେ ମାଲିକ ପବିତ୍ର କୁମାର ବେହେରା ଏବଂ ନଂ.୬୫/୧୯ରେ ସୁଶାନ୍ତ କୁମାର ବେହେରାଙ୍କ ନାମରେ ଆସିକା ଥାନାରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଅପରପକ୍ଷେ ଡିଜେ ବୋହି ନେଉଥିବା ପିକଅପ୍‌ ଭ୍ୟାନଗୁଡିକର କାଗଜପତ୍ର ଯାଞ୍ଚ କରି ନୂତନ ଟ୍ରାଫିକ୍‌ ନିୟମ ଅନୁସାରେ ଗୋଟିଏ ଗାଡିକୁ ୩୭ ହଜାର ଓ ଅନ୍ୟଏକ ଗାଡିକୁ ୭ ହଜାର ୫ଶହ ଟଙ୍କା ଜରିମାନା କରାଯିବା ସହ ସମ୍ପୃକ୍ତ ଗାଡିକୁ ଜବତ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Share