‘ଶମଶେରା’ରେ ସଞ୍ଜୟଙ୍କ ଭିନ୍ନ ଲୁକ୍‌

ମୁମ୍ବାଇ: ରଣବୀର କପୁର, ବାଣୀ କପୁର ଓ ସଞ୍ଜୟ ଦତ୍ତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଶମଶେରା’ର ଟ୍ରେଲର ୨୪ ଜୁନ୍ ଅର୍ଥାତ୍ ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ଟିଜର ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିଥିବା ବେଳେ ରଣବୀର କପୁରଙ୍କ ମାଇଣ୍ଡ ବ୍ଲୋଇଂ ଲୁକ ବି ଫିଲ୍ମର କ୍ରେଜକୁ ବଢାଇ ଦେଇଛି । ଏବେ ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଲୁକ୍ ବି ସାମ୍ନାକୁ ଆସିଛି । ଖାକି ପୋଷାକ ସହ ମଥାରେ ତିଲକ ଓ ହାତରେ ହଣ୍ଟର ଧରି ସଞ୍ଜୟ ନଜର ଆସିଛନ୍ତି । ଅଭିନେତାଙ୍କ ଲୁକ୍ସ ଫ୍ୟାନଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି ।
ସଞ୍ଜୟ ଦତ୍ତ ତାଙ୍କ ଇନଷ୍ଟାଗ୍ରାମରେ ‘ଶମଶେରା’ର ଏହି ଲୁକକୁ ଶେୟାର କରିଛନ୍ତି । ଏଡାସହ ତାଙ୍କ ଚରିତ୍ର ବିଷୟରେ ବି କିଛି କହିଛନ୍ତି । ଫିଲ୍ମରେ ସଞ୍ଜୟ ଦାରୋଗା ଶୁଦ୍ଧ ସିଂହ ଚରିତ୍ରରେ ନଜର ଆସିବେ । ଫିଲ୍ମରେ ବାଣୀ କପୁର ‘ଶମଶେରା’ରେ ସଞ୍ଜୟ ଦତ୍ତଙ୍କ ଲୁକକୁ ଶେୟାର କରି ଲେଖିଛନ୍ତି, ନିର୍ଦ୍ଦୟୀ ଶବ୍ଦର ଯଦି କିଛି ନାମ ଥାଏ ତେବେ ସେ ହେଉଛି ଦାରୋଗା ସିଦ୍ଧୁ ସିଂହ । ବାଣୀ କପୁର ଫିଲ୍ମରେ ଏକ ନୃତ୍ୟାଙ୍ଗନା ଭୂମିକାର ନଜର ଆସିବେ । ଯାହାକୁ ଭଲପାଇ ବସିଛି ଡାକୁ ଶମଶେରା । ଏହି ଫିଲ୍ମ ପାଇଁ ବାଣୀ କପୁର କଥକର ଟ୍ରେନିଂ ନେଇଛନ୍ତି । ଫିଲ୍ମରେ ରଣବୀର କପୁରଙ୍କ ଡବଲ ରୋଲ ଦେଖିବାକୁ ମିଳିବ ।
ଶମଶେରାର ନିର୍ଦ୍ଦେଶକ ଅଛନ୍ତି କରଣ ମାଲହୋତ୍ରା । ଆଦିିତ୍ୟ ଚୋପ୍ରା ଏହାର ପ୍ରଯୋଜକ ଥିବା ବେଳେ ଏହା ଏକ ପରିୟଡ ଡ୍ରାମା ଆକ୍ସନ ଫିଲ୍ମ । କରୋନା ମହାମାରୀ କାରଣରୁ ଫିଲ୍ମର ରିଲିଜ୍ ଡେଟ ଚାଲିଯାଇଥିବା ବେଳେ ଏବେ ଏହା ଜୁଲାଇ ୨୨ରେ ସିନେମା ହଲରେ ରିଲିଜ ହେବ ବୋଲି ଜଣାପଡିଛି । ଦୀର୍ଘ ଦିନ ପରେ ଉଭୟ ସଞ୍ଜୟ ଦତ୍ତ ଓ ରଣବୀର କପୁର ବଡ ପରଦାକୁ ଫେରିଛନ୍ତି ।

Share