ଶଯ୍ୟା ଅଭାବ, ଚଟାଣରେ ରୋଗୀ

କଟକ ଅଫିସ, ୩୧।୮ – କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏସ୍‌ସିବି)ରେ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି। ଏହି ହସ୍ପିଟାଲ ଉପରେ କଟକ ସହର ସମେତ ରାଜ୍ୟର ବହୁ ରୋଗୀ ନିର୍ଭର କରିଥାନ୍ତି। ହେଲେ ଦିନକୁ ଦିନ ରୋଗୀ ସଂଖ୍ୟା ବଢୁଥିଲେ ମଧ୍ୟ ହସ୍ପିଟାଲରେ ରୋଗୀଙ୍କ ସୁବିଧା ପାଇଁ କୌଣସି ବ୍ୟବସ୍ଥା ସେହି ଅନୁପାତରେ ବଢୁନାହିଁ। ଫଳରେ ବାହାରୁ ଆସୁଥିବା ଦୁରାରୋଗ୍ୟ ରୋଗରେ ପୀଡ଼ିତ ଥିବା ରୋଗୀ ମଧ୍ୟ ଏଠାରେ ବିଭିନ୍ନ ସମସ୍ୟାରେ କାଳ କାଟୁଛନ୍ତି। ହସ୍ପିଟାଲରେ ପ୍ରତିଦିନ ଜରୁରୀ ବିଭାଗରେ ୮ହଜାର ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ପ୍ରାୟ ୪ହଜାର ରୋଗୀ ଚିକିତ୍ସିତ ପାଇଁ ମେଡିକାଲରେ ଆଡମିଟ ହୁଅନ୍ତି। କିନ୍ତୁ ଏହି ବୃଦ୍ଧି ପାଉଥିବା ରୋଗୀଙ୍କ ନିମନ୍ତେ ହସ୍ପିଟାଲରେ ବେଡ୍‌ ଉପଲବ୍ଧ ନାହିଁ। ଫଳରେ ରୋଗୀ ବାହାରେ ଏବଂ ଯାତାୟାତ କରୁଥିବା ରାସ୍ତାରେ ଚିକିତ୍ସିତ ହୋଇ ଶୋଇଥିବା ଦେଖିବାକୁ ମିଳୁଛି। ଶଯ୍ୟା ନ ମିଳିବାରୁ ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ନିମନ୍ତେ ଅଧିକ ଅର୍ଥ ଖର୍ଚ୍ଚ କରି ଘରୋଇ ମେଡିକାଲରେ ଚିକିତ୍ସିତ ହେବା ନିମନ୍ତେ ଆଡମିଟ ହେଉଛନ୍ତି। ମେଡିକାଲ ପରିସରରେ ଗୃହ ନିର୍ମାଣ ହୋଇଛି। କିନ୍ତୁ ଏହି ବିଲ୍‌ଡିଂରେ ବେଡ୍‌ ସଂଖ୍ୟା କମ୍‌ ଥିବାରୁ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଏସ୍‌ସିବିରେ ଥିବା ଚର୍ମ ରୋଗ, ସ୍ତ୍ରୀ ପ୍ରସୂତି ବିଭାଗ, ସର୍ଜରୀ ଆଦି ବିଭାଗରେ ଏଭଳି ସମସ୍ୟା ଲାଗି ରହିଛି । ଏଥିସହ ଜରୁରିକାଳୀନ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। ତଳେ ପଡିରହିଥିବାରୁ ରୋଗୀ ଜଣକ ସଂକ୍ରମଣ ରୋଗରେ ପୀଡିତ ହେବାର ସମ୍ଭାବନା ରହିଛି। ରୋଗୀ ଭଲ ହେବା ବଦଳରେ ସଂକ୍ରମିତ ରୋଗରେ ପୀଡିତ ହୋଇ ଘରକୁ ଯାଇଥାଏ। ଏ ନେଇ ମାନବିକ ଅଧିକାର କର୍ମୀ ଅଖଣ୍ଡ କହିଛନ୍ତି, ଜଣେ ରୋଗୀ ମେଡିକାଲ ଆସିଲେ ତାଙ୍କୁ ଠିକ୍‌ ବ୍ୟବହାର ସହ ଟ୍ରିଟମେଣ୍ଟ ହେବା ନିୟମ ରହିଛି । କିନ୍ତୁ ଏସସିବିରେ ଏହି ସୁବିଧା ମିଳୁନାହିଁ। ରୋଗୀ ତଳେ ଟ୍ରିଟମେଣ୍ଟ ହେଉଥିବା ବେଳେ ବହୁ ରୋଗୀ, ସାଧାରଣ ଲୋକେ ଯିବାଆସିବା ସମୟରେ ବିଭିନ୍ନ ସଂକ୍ରମଣ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯେଉଁ ଅନୁପାତରେ ରୋଗୀ ସଂଖ୍ୟା ବଢୁଛନ୍ତି ସେହି ହାରରେ ଶଯ୍ୟା ବ୍ୟବସ୍ଥା କରିବା କଥା। କିନ୍ତୁ ତାହା ନ କରି ବିଭିନ୍ନ ଆଳ ଦେଖାଇ ମେଡିକାଲ କର୍ତ୍ତୃପକ୍ଷ ଖସିଯିବାକୁ ବସିଛନ୍ତି। ଏଥିସହିତ ନୂତନ ଶଯ୍ୟା ବଢାଇବାର ମନବୃତ୍ତି ନ ଥିବାରୁ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି। ଏ ନେଇ ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡା. ସି.ବି.କେ ମହାନ୍ତି କୁହନ୍ତିି, ଦିନକୁଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ସମସ୍ତ ରୋଗୀଙ୍କୁ ଟ୍ରିଟମେଣ୍ଟ କରାଯାଉଛି। ଯେତେବେଳେ ଯେଉଁ ପରିସ୍ଥିତିରେ ରୋଗୀ ଆସିଲେ ଆମେ ବେଡ ନାହିଁ ବୋଲି ଛାଡିପାରିବୁ ନାହିଁ। ସେଥିନିମନ୍ତେ ସମସ୍ତ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଅନ୍ୟପଟେ ସୁପ୍ରିମକୋର୍ଟ ଗାଇଡଲାଇନ ରିହିଛି କେଉଁ ପରିସ୍ଥିତିରେ ବି ରୋଗୀ ଚିକିତ୍ସାରେ ଅବହେଳା କରାଯିବ ନାହିଁ। ସେଥିଯୋଗୁ ଆମ ପାଇଁ ରୋଗୀର ଚିକିତ୍ସା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri