Categories: ଜାତୀୟ

ଶରଜିଲ୍‌ଙ୍କ ପରିବାରକୁ ମିଳୁଛି ଧମକ

ପାଟନା,୨୭।୧: ଦିଲ୍ଲୀର ସାହିନ ବାଗରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଏନ୍‌ଆର୍‌ସିକୁ ନେଇ ବିରୋଧ ପ୍ରଦର୍ଶନର ସୂତ୍ରଧର କୁହାଯାଉଥିବା ତଥା ଆପତ୍ତିଜନକ ବୟାନ ଦେଉଥିବା ଶରଜିଲ୍‌ ଇମାମାଙ୍କ ପୈତୃକ ବାସଭବନରେ ଚଢାଉ କରାଯାଇଛି। ଏହାପରେ ଏମିତି ଏକ ବୟାନ ସାମ୍ନାକୁ ଆସିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଶରଜିଲ୍‌ଙ୍କ ମା’ ଅଫଶା ରହିମ ଏକ ବୟାନରେ କହିଛନ୍ତି ପୋଲିସ ତାଙ୍କୁ ହଇରାଣ କରୁଛି। ଏହାସହ ପୁଅ ଶରଜିଲ୍‌ଙ୍କ କଥାକୁ ଗଣମାଧ୍ୟମରେ ଓଲଟାସିଧା ଭାବେ ଉପସ୍ଥାପନ କରାଯାଉଛି। ଏହାକୁ ନେଇ ତାଙ୍କ ପରିବାରକୁ ବାରମ୍ବାର ଧମକ ମଧ୍ୟ ଦିଆଯିବା ସହ ଦୁର୍ବବ୍ୟହାର କରାଯାଉଛି। ସେ କହିଛନ୍ତି ତାଙ୍କର ଆଇନ ଉପରେ ଭରସା ଅଛି ହେଲେ ସେ ଦାବି କରିଛନ୍ତି ପୋଲିସ ଏଭଳି କାମ ନ କରୁ ଯେଉଁଥିରେ ତାଙ୍କ ପରିବାର ଅସୁବିଧାର ସମ୍ମୁଖୀନ ହେବେ।

Share