Categories: ଜାତୀୟ

ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦିଆଯାଉ କିନ୍ତୁ ୨୫ ବର୍ଷ ପର୍ଯ୍ୟନ୍ତ ଭୋଟଦାନ ଅଧିକାର ନ ମିଳୁ: ଶିବସେନା

ମୁମ୍ବାଇ,୯।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ଶିବସେନା ପୁଣି ଥରେ ମନ୍ତବ୍ୟ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଏହି ପ୍ରସ୍ତାବକୁ ଶିବସେନା ସମର୍ଥନ କରି କହିଛି ଯେ, ପାକିସ୍ତାନ, ଆଫଗାନୀସ୍ତାନ, ବାଂଲାଦେଶ ଆଦି ଦେଶରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ୍‌ ପ୍ରଭୃତି ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦିଆଯାଉ କିନ୍ତୁ ୨୫ ବର୍ଷ ପର୍ଯ୍ୟନ୍ତ ଭୋଟଦାନ ଅଧିକାର ନ ମିଳୁ। ସରକାର ଏଭଳି ପଦକ୍ଷେପ ନେଇ ଭୋଟ ରାଜନୀତି କରିବା ଦେଶ ପାଇଁ କେବେ ମଧ୍ୟ ଶୁଭଙ୍କର ହେବ ନାହିଁ ବୋଲି ଶିବସେନାର ମୁଖପତ୍ର ସାମନାରେ ଏକ ଲେଖା ପ୍ରକାଶ ପାଇଛି। ଭାରତରେ ବିଭିନ୍ନ ସମସ୍ୟା ରହିଥିବାବେଳେ ଅନ୍ୟ ପଡ଼ୋଶୀ ରାଷ୍ଟ୍ରରୁ ଶରଣାର୍ଥୀଙ୍କୁ ଦେଶକୁ ଆଣି ନୂଆ ସମସ୍ୟା ସୃଷ୍ଟି କରିବା କେବେ ମଧ୍ୟ ବୁଦ୍ଧିମାନର କାର୍ଯ୍ୟ ନୁହେଁ । ଏହାଦ୍ୱାରା ଦେଶର ଆର୍ଥିକ ସ୍ଥିତି ଖରାପ ହେବାର ଆଶଙ୍କା ରହିଥିବା ଏଥିରେ କୁହାଯାଇଛି।

Share