ଶରିଫଙ୍କୁ ମିଳିଲା ଜାମିନ

ଇସ୍‌ଲାମାବାଦ,୨୫।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଜାମିନ ମିଳିଛି। ଲାହୋର ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ କାରଣ ପାଇଁ ଶୁକ୍ରବାର ଏହି ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଚୌଧୁରୀ ସୁଗାର ମିଲ୍‌ ମାମଲାରେ ଶରିଫ ଜେଲ୍‌ରେ ରହିଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବା ପରେ ୨ଦିନ ତଳେ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାକୁ ନେଇ ସେ ଜାମିନ ଆବେଦନ କରିଥିଲେ। ହେଲେ ପ୍ରଥମେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିବା ବେଳେ ଏବେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଶରିଫଙ୍କୁ ଜେଲ୍‌ରେ ଉପଯୁକ୍ତ ବ୍ୟବସ୍ଥା ନ ମିଳିବାରୁ ତାଙ୍କ ସ୍ବାସ୍ଥ୍ୟ ଖରାପ ହେଉଥିବା ପୂର୍ବରୁ ତାଙ୍କ ଝିଅ ମରିୟମ୍‌ ନଓ୍ବାଜ ଅଭିଯୋଗ କରିଥିଲେ।

Share