Categories: ଫୁରସତ

ଶରୀରର ଓଜନ କମ୍‌ କରିବାର ଅଭିନବ ପ୍ରୟାସ

ଶରୀରର ଓଜନ କମ୍‌ କରିବାକୁ କିଏ କେତେ ପ୍ରକାରର ଉପାୟ ଆପଣାଇ ଥାଆନ୍ତି। ହେଲେ ଲଣ୍ଡନରେ ରହୁଥିବା ଏଲେକ୍ସ ବୋଗାତିରିଓ୍ବ ନିଜ ଶରୀରର ଓଜନ କମ୍‌ କରିବା ପାଇଁ ଯେଉଁ ଉପାୟ ଅବଲମ୍ବନ କରନ୍ତି ତାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କାରଣ ଏଲେକ୍ସ କେତେଗୁଡିଏ ଜୋକକୁ ନିଜ ଦେହରେ ଲଗାଇ ରକ୍ତ ଟାଣି ଥାଆନ୍ତି। ଯେଉଁଠି ସାଧାରଣ ଭାବେ ଜୋକ ଲାଗିଲେ ଶରୀରରୁ ରକ୍ତ ଟାଣି ନେଉଥିବାରୁ ଲୋକେ ଦୁର୍ବଳ ହୋଇ ଯାଆନ୍ତି ସେଠାରେ ଏଲେକ୍ସ ଏହାକୁ ଓଜନ କମ୍‌ କରିବାରେ ବ୍ୟବହାର କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଦିନ ତମାମ ସେ କେତୋଟି ଜୋକକୁ ନିଜ ଦେହରେ ଲଗାଇ ଦିଅନ୍ତି। ଆଉ ଜୋକ ଗୁଡିକ ରକ୍ତ ଟାଣି ସାରିବା ପରେ ଆପେ ଆପେ ଛାଡି ଯାଆନ୍ତି। ଏମିତି କରି ଏଲେକ୍ସ ନିଜ ଶରୀରର ୫୭ କିଲୋ ଓଜନ କମ୍‌ କରିଥିବା ଦାବି କରନ୍ତି। କିନ୍ତୁ ଏହା ଏକ ସାଧାରଣ ପ୍ରକ୍ରିୟା ହୋଇ ନ ଥିବାରୁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଏପରି କରିବା ପ୍ରାଣଘାତୀ ହୋଇପାରେ।

Share