Advertisement

ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇଥିଲେ ଆପଣାନ୍ତୁ ଅରଖ ଫୁଲ

ଅରଖ ଫୁଲରେ ରହିଥାଏ ଅନେକ ପ୍ରକାର ଔଷଧୀୟ ଗୁଣ। ଏହା ଶ୍ୱାସ, କ୍ଷତଚିହ୍ନ, ରକ୍ତଚାପ ଏବଂ ଆଲର୍ଜି ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଅରଖ ପତ୍ର ଓ ଫୁଲର ବ୍ୟବହାର ମଧୁମେହ ଭଳି ରୋଗରୁ ମଧ୍ୟ ଆରୋଗ୍ୟ ପ୍ରଦାନ କରିଥାଏ। କେବଳ ସେତିକି ନୁହେଁ, ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇଥିଲେ, ସେଠାରେ ଅରଖ ପତ୍ରକୁ ଗରମ କରି କପଡ଼ାରେ ବାନ୍ଧିଦେଲେ, ରକ୍ତସ୍ରାବ ବନ୍ଦ ହୋଇଥାଏ ଏବଂ ଯନ୍ତ୍ରଣାରୁ ମଧ୍ୟ ଲାଘବ ମିଳିଥାଏ। ଅରଖ ଚେରକୁ ଜାଳି ସେହି ଅଙ୍ଗାରରେ ନିମ୍ବ ତେଲ ମିଶାଇ ଆଲର୍ଜି ସ୍ଥାନରେ ଲଗାଇଲେ ଉପଶମ ମିଳିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share