ଶରୀର ପାଇଁ ହାନିକାରକ ଡାଏଟ୍‌ କୋଲ୍‌ଡ୍ରିଙ୍କସ୍‌

କ୍ୟାଲୋରୀ ରହିତ ଡାଏଟ୍‌ କୋଲ୍‌ଡ୍ରିଙ୍କସ୍‌ ମଧ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହାର ନିୟମିତ ସେବନ ପାକସ୍ଥଳୀରେ ଟାଇପ୍‌-୨ ଡାଏବିଟିସ୍‌ ଏବଂ ହୃଦ୍‌ରୋଗରୁ ରକ୍ଷାକରୁଥିବା ଏନ୍‌ଜାଇମ୍‌ ଉତ୍ପାଦନ ହ୍ରାସ ପାଇଥାଏ। ଆମେରିକା ସ୍ଥିତ ମିଶିଗାନ୍‌ ୟୁନିଭର୍ସିଟିରେ ହୋଇଥିବା ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକଙ୍କ ମତରେ, ଡାଏଟ୍‌ କୋଲ୍‌ଡ୍ରିଙ୍କସ୍‌ ରେ ‘ସ୍ୟାକ୍‌ରିନ୍‌’ ଏବଂ ‘ଆସ୍ପାରାଟମ୍‌’ ଭଳି କୃତ୍ରିମ ଶର୍କରା ମିଳିଥାଏ, ଯାହାର ଅତ୍ୟଧିକ ବ୍ୟବହାର ପାକସ୍ଥଳୀରେ ଥିବା ଭଲ ବ୍ୟାକ୍ଟେରିଆର କାର୍ଯ୍ୟପ୍ରଣାଳୀରେ ପରିର୍ବନ କରିଥାଏ। ଏହାଦ୍ୱାରା ଟାଇପ୍‌-୨ ମଧୁମେହ ଏବଂ ହୃଦ୍‌ରୋଗ ଭଳି ସମସ୍ୟାରୁ ରକ୍ଷା କରୁଥିବା ଏନ୍‌ଜାଇମ୍‌ର କେବଳ ଉପତ୍ାଦନ ହ୍ରାସ ପାଏ ନାହଁି ବରଂ ଏହାର କାର୍ଯ୍ୟକ୍ଷମତା ମଧ୍ୟ ନଷ୍ଟ ହୋଇଥାଏ। ‘ଜର୍ଣ୍ଣାଲ୍‌ ହାର୍ଟ’ରେ ପ୍ରକାଶିତ ଗବେଷଣା ଅନୁସାରେ, କୃତ୍ରିମ ଶର୍କରା ମସ୍ତିଷ୍କକୁ ପ୍ରଭାବିତ କରିବା ସହ ଭ୍ରମରେ ପକାଇଥାଏ। ଫଳରେ ଶରୀରରେ ଇନ୍‌ସୁଲିନ୍‌ ଉପତ୍ାଦନ ଚକ୍ରରେ ଗଡ଼ବଡ଼ ହୋଇଥାଏ। ଶର୍କରାକୁ ଶକ୍ତିରେ ପରିବର୍ତ୍ତନ କରି ଟାଇପ୍‌-୨ ମଧୁମେହର ବିପଦକୁ ହଟାଇବାରେ ଇନ୍‌ସୁଲିନ୍‌ ହର୍ମୋନ୍‌ର ଭୂମିକା ବେଶ୍‌ ଅଧିକ ଥାଏ। କିନ୍ତୁ କୃତ୍ରିମ ଶର୍କରା ଏହା ଉପରେ ଓଲଟା ପ୍ରଭାବ ପକାଇଥାଏ।