ଆମେ ଯଦି ସନ୍ତୁଳିତ ଖାଦ୍ୟ ଖାଇବା ସହ ଉପଯୁକ୍ତ ବିଶ୍ରାମ ନେବା, ତେବେ ଆମେ ଅନେକାଂଶରେ ସୁସ୍ଥ ରହିପାରିବା। ବେଳେବେଳେ ଶରୀରର କାର୍ଯ୍ୟଧାରାରେ ଶିଥିଳତା ପରିଲକ୍ଷିତ ହୋଇଥାଏ। ଏହାଦ୍ୱାରା ଆମକୁ କେତେକ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶରୀର ସବୁବେଳେ ସକ୍ରିୟ ନ ରହିଲେ ଇନ୍ଫେକ୍ଶନ ପରି ଗୁରୁତର ସମସ୍ୟାର ସମ୍ମୁଖୀନ ହେବା ଯଥେଷ୍ଟ ଆଶଙ୍କା ରହିଛି। ଏପରି ବିଷୟବସ୍ତୁକୁ ନେଇ ଓ୍ବାଶିଂଟନ୍ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଶରୀର ଅଧିକାଂଶ ସମୟ ଶିଥିଳ ରହୁଥିଲା, ସେମାନଙ୍କ ମଧ୍ୟରୁ ପ୍ରାୟ ୪୦% ବ୍ୟକ୍ତିଙ୍କଠାରେ ଇନ୍ଫେକ୍ଶନର ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।