Categories: ଫୁରସତ

ଶରୀରରେ ନିଆଁ ଲଗାଇ ଦୌଡିଲେ

ଏ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କୁ ବିପଦ ସହ ଖେଳିବାକୁ ଭଲ ଲାଗେ। ଆଉ ଜୀବନକୁ ବାଜି ଲଗାଇ ସମସ୍ତଙ୍କୁ ଚକିତ କଲାଭଳି କାମ କରିବାରେ ସେମାନଙ୍କୁ ଆତ୍ମସନ୍ତୋଷ ମିଳେ। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଫ୍ରାନ୍ସର ଜନଥନ ବେରୋ। ୩୯ ବର୍ଷୀୟ ବେରୋ ନିଜ ପୁରା ଶରୀରରେ ନିଆଁ ଲଗାଇ ୧୦୦ ମିଟର ଦୂରତାକୁ ସବୁଠାରୁ କମ୍‌ ସମୟରେ ଅତିକ୍ରମ କରି ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଏହି ବିପଜ୍ଜନକ କାର୍ଯ୍ୟ କରିବାବେଳେ ସେ ଅକ୍ସିଜେନ୍‌ ସିଲିଣ୍ଡରର ସାହାଯ୍ୟ ବି ନେଇ ନ ଥିଲେ। ଆଉ ପୁରା ଶରୀରରେ ନିଆଁ ଲଗାଇ ୨୭୨. ୨୫ ମିଟର ଦୌଡିଥିଲେ। ବେରୋ କହନ୍ତି, ‘ ମତେ ପିଲାଟି ଦିନରୁ ନିଆଁ ସହିତ ଖେଳିବାର ସଉକ ଥିଲା। ତେଣୁ ବଡ଼ ହେବା ପରେ ଫାୟାର୍‌ ଫାଇଟର୍‌ ହେଲି। ତା’ସହ ଷ୍ଟଣ୍ଟମ୍ୟାନ ଭାବେ ବି କାମ କଲି। ମୋ ମନରେ ଭୟର ସ୍ଥାନ ନାହିଁ। ତେଣୁ ଏହି ବପଜ୍ଜନକ କାର୍ଯ୍ୟକୁ ବେଶ୍‌ ସୁରୁଖୁରୁରେ କରିପାରିଲି।’

Share