ଶର୍ଟଲେସ୍‌ ହେଲେ ଭାଇଜାନ

ସାରା ଦେଶରେ ଭାଇ ଦୁଜ୍‌ ଧୁମଧାମରେ ପାଳନ କରାଯାଇନ୍ତି। ମନୋରଞ୍ଜନ ଜଗତର ସେଲିବ୍ରିଟିମାନେ ମଧ୍ୟ ଏହି ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ବଲିଉଡ ଅଭିନେତା ସଲମାନ ଖାନ ମଧ୍ୟ ସୋସିଆଲ ମିଡିଆରେ ଭାଇ ଦୁଜ୍‌ ପାଇଁ ତାଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ ନିଜର ଏକ କଳାଧଳା ଫଟୋ ଶେୟାର କରିଛନ୍ତି। ଫଟୋରେ ସଲ୍ଲୁ ଶର୍ଟଲେସ ନ ଥିବା ଦେଖିବାକୁ ମିଳିଥିଲା। ସେ ନିଜର ୬ ପ୍ୟାକ୍‌ ଦେଖାଇବା ସହ କଳା ଚଷମା ପିନ୍ଧି ଷ୍ଟାଇଲିସ ପୋଜ ଦେଇଥିଲେ। ସଲମାନଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏହାକୁ ପସନ୍ଦ କରୁଛନ୍ତି।
ସଲମାନଙ୍କୁ ଖୁବ ଶୀଘ୍ର ‘କିସି କା ଭାଇ କିସି କି ଜାନ’ ଏବଂ ‘ଟାଇଗର’ ଭଳି ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମ ବ୍ୟତୀତ ସଲମାନ ‘ବିଗ ବସ ୧୬’ ମଧ୍ୟ ହୋଷ୍ଟ କରୁଛନ୍ତି।

Share