Categories: ଜାତୀୟ

ଶର୍ଟସ୍‌ ପିନ୍ଧିଲେ ଇମାମ୍‌ବାଡ଼ାରେ ପ୍ରବେଶ ପାଇଁ ମିଳିବନି ଅନୁମତି

ଲକ୍ଷ୍ନୌ,୩୦।୬: ଏଣିକି ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିଲେ ହିଁ ପର୍ଯ୍ୟଟକଙ୍କୁ ଲକ୍ଷ୍ନୌର ଇମାମ୍‌ବାଡ଼ାରେ ପ୍ରବେଶ ଅନୁମତି ମିଳିବ। କେତେକ ପର୍ଯ୍ୟଟକ ଶର୍ଟସ୍‌ ପିନ୍ଧି ଇମାମ୍‌ବାଡ଼ା ଦେଖିବାକୁ ଆସିଥାନ୍ତି। ତେବେ ଏନେଇ ଜିଲାପାଳ କୌଶଳ ରାଜ ଶର୍ମା ଏପରି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଐତିହାସିକସ୍ଥଳରେ ମୁତୟନ ଥିବା ସୁରକ୍ଷାକର୍ମୀ ପର୍ଯ୍ୟଟକ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିଛନ୍ତି କି ନାହିଁ ତାହା ତଦାରଖ କରିବେ। ଏହାପରେ ପ୍ରବେଶ ଅନୁମତି ମିଳିବ। ଏହି ସ୍ମାରକର ପବିତ୍ରତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଉଛି। ଏଠାରେ ପର୍ଯ୍ୟଟକ ଛୋଟ ପୋଷାକ ପିନ୍ଧି ବୁଲୁଥିବାରୁ ଏନେଇ କିଛି ସ୍ଥାନୀୟ ବାସିନ୍ଦା ତଥା ବୁଦ୍ଧିଜୀବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଥିଲେ। ଏହାଦ୍ୱାରା ଏହି ଐତିହାସିକ ସ୍ଥଳର ଗୁରୁତ୍ୱ ହ୍ରାସ ପାଉଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା।

Share