Categories: ଖେଳ

ଶର୍ଟ କଟ୍‌ ନେବାକୁ ଅର୍ଜୁନଙ୍କୁ ମନା କରିଛନ୍ତି ସଚିନ

ମୁମ୍ବାଇ,୨୭।୫(ପିଟି)- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବାପା ସଫଳ ହେବା ପାଇଁ କୌଣସି ସହଜ ବାଟ ଆପଣେଇବାକୁ ମନା କରିଥିଲେ। ସମାନ କଥାକୁ ସେ ପୁଅ ଅର୍ଜୁନଙ୍କୁ କହିଛନ୍ତି। ପୂର୍ବତନ କ୍ରିକେଟରଙ୍କ ପୁଅ ନିକଟରେ ଶେଷ ହୋଇଥିବା ମୁମ୍ବାଇ ଟି୨୦ ଲିଗ୍‌ରେ ଖେଳିଥିଲେ। ଏହି ଲିଗ୍‌ରେ ଅର୍ଜୁନ ଉଭୟ ବଲ ଓ ବ୍ୟାଟ୍‌ରେ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କୁ ୫ ଲକ୍ଷ ଟଙ୍କାରେ ଆକାଶ ଟାଇଗର୍ସ ଦଳ କିଣିଥିଲା। ଏକ ପ୍ରଶ୍ନର ଉତ୍ତର ଦେଇ ସଚିନ କହିଛନ୍ତି, ଅର୍ଜୁନଙ୍କ କ୍ରିକେଟ ପ୍ରତି ଭଲ ପାଇବା ଅଛି। ମୁଁ ତାଙ୍କୁ କିଛି କରିବା ଲାଗି ବାଧ୍ୟ କରିନାହିଁ। ପୂର୍ବରୁ ସେ ଫୁଟ୍‌ବଲ ଖେଳୁଥିଲେ। ପରେ ଚେସ୍‌ ଓ କ୍ରିକେଟ ପ୍ରତି ତାଙ୍କର ଭଲ ପାଇବା ବୃଦ୍ଧି ପାଇଲା। ମୁଁ ତାଙ୍କୁ କହିଛି, ଜୀବନରେ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କର। କିନ୍ତୁ କୌଣସି ଶର୍ଟ କଟ୍‌ ନିଅନାହିଁ, ଯାହା ମୋ ବାପା ରମେଶ ତେନ୍ଦୁଲକର ମୋତେ କହିଥିଲେ। ପୁଅକୁ ପୂରା ସମାନ କଥା କହିଛି।

Share