ଶର୍ଟ ସର୍କିଟରେ ଜଳିଗଲା ଘର: ମହିଳା ଗୁରୁତର

ନବରଙ୍ଗପୁର,୧୫ା୧(ବି.ପ୍ର.): ନବରଙ୍ଗପୁର ନୋଡାଲ ଆରସିଡି ହାଇସ୍କୁଲ ରୋଡ କଡରେ ଥିିବା ପି. ଉଷାଙ୍କ ଘରେ ବୁଧବାର ବିଦ୍ୟୁତ ଶର୍ଟ ସର୍କିଟ ହୋଇ ଘର ସମେତ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି। ଶାଢୀରେ ନିଅଁ।ଲାଗି ଉଷାଙ୍କ ଶରୀରର ୮୦ ଭାଗ ପୋଡି ଯାଇଛି। ସେ ଏବେ ଜିଲା ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଉଷାଙ୍କ ସ୍ବାମୀ ପି. ଭାଷ୍କର ରାଓଙ୍କ ବିୟୋଗ ପରେ ଘରର ସମସ୍ତ ଦାୟିତ୍ୱ ଉଷାଙ୍କ ଉପରେ ରହିଥିଲା। ଏକ ଟିିଣ ଛପର ଘରେ ଛୋଟ ଦୋକାନ ଆରମ୍ଭ କରି ନିଜର ପରିବାର ଚଳାଉଥିଲେ। ଉଷାଙ୍କ ଗୋଟିଏ ପୁଅ ପି. ହେମନ୍ତ ଓ ଗୋଟିଏ ଝିଅ ଆଇ. ସନ୍ଦୁଜା। ରାୟଗଡା ଜିଲା ଜମିଡିପେଟାଠାରେ ଆଇ. ସନ୍ଦୁଜା ବିବାହ କରିଛନ୍ତି। ବୁଧବାର ମକର ସଂକ୍ରାନ୍ତି ଓ ତେଲୁଗୁ ସମ୍ପ୍ରଦାୟର ପୋଙ୍ଗଲ ହୋଇଥିବାରୁ ପି.ହେମନ୍ତ ଦୋକାନ ସାମଗ୍ରୀ ଓ ପରିବାପତ୍ର କିଣି ଘରକୁ ପୂର୍ବାହ୍ନ ୧୦ଟା ୪୦ରେ ପହଞ୍ଚିଥିଲେ। ଉକ୍ତ ସମୟରେ ବିଦ୍ୟୁତ ତାରରୁ ନିଅଁ। ବାହାରି ପ୍ରଥମେ ଘରର ଫ୍ରିଜ ଜଳି ଯାଇଥିଲା। ପରେ ନିଆଁ ସିଧାସଳଖ ଉଷାଙ୍କ ଶାଢୀକୁ ଲାଗିଯାଇଥିଲା। ହେମନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଷାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଅଗ୍ନୀଶମ ବିଭାଗକୁ ଜଣାଇଥିଲେ। ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇଥିଲେ। ପ୍ରାୟ ୬ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ହେମନ୍ତ କହିଛନ୍ତି।

Share