Categories: ଜାତୀୟ

ଶଶିକଳାଙ୍କ ୧୬୦୦ କୋଟିର ଅବୈଧ ସମ୍ପତ୍ତି ଜବତ

ଚେନ୍ନାଇ,୫।୧୧: ପୂର୍ବତନ ଏଆଇଡିଏମ୍‌କେ ନେତ୍ରୀ ତଥା ଜୟଲଳିଥାଙ୍କ ପ୍ରମୁଖ ସହଯୋଗୀ ଭି.କେ. ଶଶୀକଳାଙ୍କ ବାସଗୃହ କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ମଙ୍ଗଳବାର ଆୟକର ବିଭାଗ ଚଢାଉ। ଏହି ଚଢାଉ ଚେନ୍ନାଇ, ପୁଡୁଚେରୀ, ତାମିଲନାଡୁ ଓ କୋଏମ୍ବାଟୁର ସମେତ ୨୭ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ପ୍ରାୟ ୧୬୦୦ କୋଟି ଟଙ୍କାର ଅବୈଧ ସମ୍ପତ୍ତିକୁ ଜବତ କରାଯାଇଛି। ବିମୁଦ୍ରୀକରଣ ସମୟରେ ପୁରୁଣା ଟଙ୍କାକୁ ବ୍ୟବହାର କରାଯାଇ ଛଦ୍ମ ନାମରେ ପ୍ରାୟ ୧୫୦୦କୋଟି ଟଙ୍କାର ସମ୍ପତ୍ତି କ୍ରୟ କରାଯାଇଥିଲା। ସୂଚନାଯୋଗ୍ୟ, ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୨୦୧୭ରୁ ଶଶିକଳା ଜେଲ୍‌ରେ ଅଛନ୍ତି ।

Share