Categories: ଖେଳ

ଶଶି ମୁକୁନ୍ଦ ଫାଇନାଲରେ

ବାଓଟୋ (ଚାଇନା), ୩୧ା୮ (ପି.ଟି.)-ଭାରତୀୟ ଟେନିସ ଖେଳାଳି ଶଶି କୁମାର ମୁକୁନ୍ଦ ତାଙ୍କ କ୍ୟାରିୟରରେ ପ୍ରଥମ ଥର ଏକ ଏଟିପି ଚ୍ୟାଲେଞ୍ଜର ଟୁରରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ନିକଟରେ ଭାରତୀୟ ଡେଭିସ୍‌ କପ୍‌ ଦଳରେ ଜଣେ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଥିବା ମୁକୁନ୍ଦ ଚାଲିଥିବା ୫୪,୧୬୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ କ୍ଲେ-କୋର୍ଟ ଇଭେଣ୍ଟରେ ୧୨ତମ ସିଡ୍‌ ମାନ୍ୟତା ପାଇଛନ୍ତି। ଶନିବାର ଏକ ସେମିଫାଇନାଲରେ ସେ ଟଙ୍ଗ୍‌ ଲିନ୍‌ ଉ’ଙ୍କୁ ୭-୫, ୬-୩ ସେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତୀୟ ଟେନିସ ଖେଳାଳି ପୁରୁଷ ଡବଲ୍ସ ଫାଇନାଲରେ ମଧ୍ୟ ପ୍ରବେଶ କରିଛନ୍ତି। ସେ ଓ ତାଙ୍କ ରୁଷୀୟ ପାର୍ଟନର ତେମୁରାଜ ଗାବାସ୍ବିଲି ସେମିଫାଇନାଲରେ ଟପ୍‌ ସିଡ୍‌ ଗୋନାକାଲୋ ଓଲିଭିରା ଏବଂ ଲ୍ୟୁକ୍‌ ସାଭିଲେଙ୍କୁ ୬-୩, ୩-୬, ୧୩-୧୧ ସେଟ୍‌ରେ ହରାଇ ଦେଇଛନ୍ତି। ଏହି ଇଭେଣ୍ଟରେ ଭାଗ ନେବା ପୂର୍ବରୁ ମୁକୁନ୍ଦ ଚେନ୍ନାଇ ଓପନ୍‌ ସେମିଫାଇନାଲରେ ପ୍ରବେଶ କରିଥିଲେ, ଯାହାକି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଚଳିତ ସିଜନରେ ୨୧ ବର୍ଷୀୟ ମୁକୁନ୍ଦଙ୍କ ପ୍ରଦର୍ଶନ ଆଭରେଜ ରହିଛି। ଚ୍ୟାଲେଞ୍ଜର ସର୍କିଟରେ ସେ ଦ୍ୱିତୀୟ ରାଉଣ୍ଡ ତଳୁ ବିଦା ହୋଇ ନାହାନ୍ତି।

Share