ଶଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁ

ଔପଦା, ୧୦।୧୦(ଡି.ଏନ.ଏ.)-ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ଅଘାଶୂଳ ଗ୍ରାମର ବୈକୁଣ୍ଠ ଦାସ (୩୫) ନାମକ ଯୁବକଙ୍କ ଶ୍ୱଶୁର ଘରେ ମୃତ୍ୟୁ ହୋଇଛି। ଶ୍ୱଶୁର ଘର ଲୋକଙ୍କ କହିବା ଅନୁସାରେ ବୈକୁଣ୍ଠ ଗତ ୭ତାରିଖ ସନ୍ଧ୍ୟାରେ ଖଇରା ଥାନା ରାଇକୁଳା ଗ୍ରାମସ୍ଥିତ ଶ୍ୱଶୁର ଘରେ ପହଞ୍ଚିଥିଲେ। ସେ ରାତି ପ୍ରାୟ ୧୨ଟା ବେଳେ ପରିସ୍ରା କରିବାକୁ ଉଠିଥିବା ବେଳେ ନିଜର ଦେହହାତ ଜଳାପୋଡ଼ା ହେଉଥିବା କହିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମାର୍କୋଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସିମୁଳିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରେ ପରେ ଶୋକାକୁଳ ପରିବେଶରେ ଶବ ସତ୍କାର କରାଯାଇଥିଲା।