ଶସ୍ତାରେ ମିଳୁ ପରୀକ୍ଷା କିଟ୍‌: ହାଇକୋର୍ଟ

ନୂଆଦିଲ୍ଲୀ,୨୭ା୪(ପି.ଟି.): ସଂକ୍ରମଣକୁ ରୋକିବାକୁ ହେଲେ ତୁରନ୍ତ କୋଭିଡ୍‌-୧୯ ପରୀକ୍ଷା କିଟ୍‌ ଶସ୍ତାରେ ଉପଲବ୍ଧ କରାଇବା ଆବଶ୍ୟକ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଦେଶ ଏବେ ଅଭୂତପୂର୍ବ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଲାଗି ପରୀକ୍ଷା କିଟ୍‌ ଶସ୍ତାରେ ମିଳିବା ଜରୁରୀ। ଚାଇନାରୁ ୧୦ ଲକ୍ଷ ପରୀକ୍ଷା କିଟ୍‌ ଆମଦାନି ଲାଗି ସରକାରଙ୍କ ସହ ଚୁକ୍ତି କରିଥିବା ତିନୋଟି ଘରୋଇ କମ୍ପାନୀକୁ ଜଷ୍ଟିସ୍‌ ନଜ୍‌ମି ଓ୍ବାଜିରି ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୬୦୦ ଟଙ୍କା ଦରରେ କିଟ୍‌ ଯୋଗାଇବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଅନୁମୋଦନ କରିଛି। ବିପତ୍ତି ସମୟରେ ଜନସ୍ବାର୍ଥକୁ ଗୁରୁତ୍ୱ ଦେଇ ୪୦୦ ଟଙ୍କାରେ କିଟ୍‌ ଯୋଗାଇବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି।

Share