ଶ୍ରୀନଗର,୧୩।୭: ଶନିବାର ଜମ୍ମୁ-କଶ୍ମୀର ଶହୀଦ୍ ଦିବସ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ତଥା ଶ୍ରୀନଗରର କେତେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଚ୍ଛିନ୍ନତାବାଦୀ ନେତାଙ୍କ ପକ୍ଷରୁ ଗଣ୍ଡଗୋଳର ଆଶଙ୍କା କରି ଏଭଳି କରାଯାଇଥିବା କୁହାଯାଉଛି। ୧୯୩୧ ଜୁଲାଇ ୧୩ରେ ଶ୍ରୀନଗର କେନ୍ଦ୍ରୀୟ ଜେଲ୍ ବାହାରେ ଡୋଗ୍ରା ମହାରାଜଙ୍କ ଦ୍ୱାରା ୨୨ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ଦିନକୁ ରାଜ୍ୟରେ ଶହୀଦ୍ ଦିବସ ଭାବେ ପାଳନ କରାଯାଇଥାଏ। ଏହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥାଏ। ସୁରକ୍ଷା ଦୃଷ୍ଟିରୁ ଅମରନାଥ ଯାତ୍ରାକୁ ମଧ୍ୟ ସାମୟିକ ବନ୍ଦ ରଖାଯାଇଛି।