Categories: ଜାତୀୟ

ଶହୀଦ୍‌ ପରିବାରଙ୍କୁ ମିଳିବ ୪ ଗୁଣା ଅଧିକ କ୍ଷତିପୂରଣ: ରାଜନାଥ ସିଂ କଲେ ଘୋଷଣା

ନୂଆଦିଲ୍ଲୀ,୫।୧୦: ଏଣିକି ଶହୀଦ୍‌ ପରିବାରଙ୍କୁ ୪ ଗୁଣା ଅଧିକ କ୍ଷତିପୂରଣ ମିଳିବ। ପୂର୍ବରୁ ଶହୀଦ୍‌ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବାବେଳେ ଏବେ ଏହାକୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏସମ୍ପର୍କିତ ଏକ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ, ଏହି କ୍ଷତିପୂରଣ ଆର୍ମି ବ୍ୟାଟେଲ୍‌ କାଜୁଆଲିଟି ଓ୍ବେଲଫେୟାର ଫଣ୍ଡ ପକ୍ଷରୁ ପ୍ରଦାନ କରାଯାଇଥାଏ।

Share