Categories: ଜାତୀୟ

ଶହୀଦ୍‌ ପରିବାରଙ୍କୁ ରାଜନାଥଙ୍କ ସୁରକ୍ଷା: ବର୍ଷେ ପର୍ଯ୍ୟନ୍ତ ରହିପାରିବେ ସରକାରୀ ଘରେ

ନୂଆଦିଲ୍ଲୀ,୨୬।୧୧: ଶହୀଦ୍‌ ପରିବାରଙ୍କ ସୁରକ୍ଷା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଶହୀଦ୍‌ ପରିବାର ୩ ମାସ ପର୍ଯ୍ୟନ୍ତ ସରକାରୀ ଘରେ ରହିବା ନିୟମ ଥିଲା। ତେବେ ଏବେ ଏହାକୁ ବଢ଼ାଇ ଏକ ବର୍ଷ କରିଦିଆଯାଇଛି। ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମୋଦନ ଦେଇଛନ୍ତି। ସେନାର ପ୍ରସ୍ତାବକୁ ବିଚାର କରାଯାଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି।

Share