Categories: ଜାତୀୟ

ଶହୀଦ୍‌ ପୁଅଙ୍କ ମର ଶରୀରକୁ ସାଲ୍ୟୁଟ୍‌ କରି କଇଁ କଇଁ ହୋଇ କାନ୍ଦିଲେ ମା

ରାଞ୍ଚି,୨୨।୪: ଝାଡ଼ଖଣ୍ଡ ପଲାମୁ ନିବାସୀ ୨୩ ବର୍ଷ ବୟସ୍କ ଲ୍ୟୁଟ୍‌ନାଟ୍‌ ଅନୁରାଗ ଶୁକ୍ଳା ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ନିଜର ୩ ଜଣ ସାଥୀଙ୍କୁ ବଞ୍ଚାଇବା ପାଇଁ ଶହୀଦ୍‌ ହୋଇଥିଲେ। ତାଙ୍କ ମର ଶରୀର ରବିବାର ରାଞ୍ଚି ବିମାନ ବନ୍ଦରରେ ପହଞ୍ଚିଥିଲା। ପୁଅ ବଦଳରେ ମର ଶରୀରକୁ ନେବାକୁ ଆସିଥିବା ମା ଉଷା ଶୁକ୍ଳା ଶହୀଦ୍‌ଙ୍କୁ ସାଲ୍ୟୁଟ୍‌ କରିବା ସହିତ କଇଁ କଇଁ ହୋଇ କାନ୍ଦି ଉଠିଥିଲେ। ଉପସ୍ଥିତ ପରିବାର ପରିଜନଙ୍କ ଆଖିରୁ ଛୁଟିଥିଲା ଲୁହର ବନ୍ୟା। ସେଠାରେ ଉପସ୍ଥିତ ଥିବା ଅନୁରାଗଙ୍କ ଭଉଣୀ ଅଞ୍ଜୁ ଅଞ୍ଜୁ କହି ପାର୍ଥିବ ଶରୀର ଉପରେ ଲୋଟି ପଡ଼ିଥିଲେ। ଫଳରେ ପରିବେଶ ବେଶ୍‌ ଶୋକାକୁଳ ହୋଇ ଉଠିଥିଲା।

Share