ବର୍କଶାୟର,୧।୨: ଜଣେ ଶହୀଦ୍ ପୋଲିସଙ୍କୁ ସମ୍ମାନ ଜଣାଇ ପୃଥିବୀର ୧୫୦୦୦ ଜଣ ଜରୁରୀକାଳୀନକର୍ମୀ ନିଜର ବ୍ୟାଚ୍ ପ୍ରଦାନ କରିଛନ୍ତି। ଆମେରିକାର ପୋଲିସକର୍ମୀ ପି.ସି.ଏଣ୍ଡୁ ହାର୍ପର ଡ୍ୟୁଟିରେ ଥିବା ସମୟରେ ଏକ ସର୍ଚ୍ଚ ଅପରେଶନ୍ରେ ମୃତ୍ୟୁ ଘଟିଥିଲା। ସହକର୍ମୀମାନେ ତାଙ୍କ ପାଇଁ ଏହି ଏଭିଯାନ ଆରମ୍ଭ କରିଥିଲେ। ରୁଷିଆ, ସୁଦାନ ଏବଂ ନ୍ୟୁଜିଲାଣ୍ଡ୍ରୁ ହାର୍ପରଙ୍କୁ ସମ୍ମାନ ଜଣାଇ ୧୦୦୦ରୁ ଅଧିକ ଜରୁରୀକାଳୀନକର୍ମୀ ନିଜର ବ୍ୟାଚ୍ ପଠାଇଛନ୍ତି। ଜାନୁୟାରୀ ୨୯ରେ ହାର୍ପରଙ୍କୁ ସରକାରଙ୍କ ପକ୍ଷରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଛି। ଏହାକୁ ତାଙ୍କ ସ୍ତ୍ରୀ ଲିସି ଗ୍ରହଣ କରିଛନ୍ତି।