Categories: ଜାତୀୟ

ଶହୀଦ କର୍ନେଲ ସନ୍ତୋଷ ବାବୁଙ୍କ ଆଜି ହେବ ଅନ୍ତିମ ସଂସ୍କାର: ପିତା କହିଲେ, ପୁଅ ପାଇଁ ଗର୍ବିତ

ନୂଆଦିଲ୍ଲୀ,୧୭।୬: ଭାରତ-ଚାଇନା ସୀମାରେ ହୋଇଥିବା ସଂଘର୍ଷରେ ଶହୀଦ ହୋଇଥିବା କର୍ନେଲ ସନ୍ତୋଷ ବାବୁଙ୍କ ପାର୍ଥିବ ଶରୀର ବୁଧବାର ହାଇଦ୍ରାବାଦରେ ପହଞ୍ଚିବ। ଅପରାହ୍ନ ୪ ଟାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି। ଶହୀଦ କନେର୍ର୍ଲଙ୍କ ପତ୍ନୀ ଏବଂ ପିଲାମାନେ ଦିଲ୍ଲୀରୁ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ବାକି ପରିବାର ହାଇଦ୍ରାବାଦରେ ଅଛନ୍ତି। ଶହୀଦଙ୍କ ପିତା ବି ଉପେନ୍ଦ୍ର କହିଛନ୍ତି ଯେ, ପୁଅକୁ ମାତ୍ର ୩୭ ବର୍ଷ ହୋଇଥିଲା ଏବଂ ତାଙ୍କ ସାମ୍ନାରେ ଏକ ସୁବର୍ଣ୍ଣ ଭବିଷ୍ୟତ ଥିଲା। ମୁଁ ଜଣେ ପିତା ଭାବରେ ବହୁତ ଦୁଃଖିତ। କିନ୍ତୁ ଜଣେ ଭାରତୀୟ ନାଗରିକ ଏବଂ ସାମରିକ ପରିବାରର ଅଂଶ ହୋଇ ମୁଁ ମୋ ପୁଅ ପାଇଁ ଗର୍ବିତ। ସୂଚନାଯୋଗ୍ୟ, ଲଦାଖର ଗଲଓ୍ବନ ଉପତ୍ୟକାରେ ସୋମବାର ରାତିରେ ଭାରତୀୟ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଭାରତୀୟ ସେନାର ୨୦ ଜଣ ସୈନ୍ୟ ନିକ ନିହତ ହୋଇଥିଲେ। ଶହୀଦଙ୍କ ମଧ୍ୟରେ ୧୬ ବିହାର ରେଜିମେଣ୍ଟର ଜଣେ ସାହସୀ ଅଧିକାରୀ କର୍ନେଲ ବି ସନ୍ତୋଷ ବାବୁ ଅଛନ୍ତି।

Share