ଶହୀଦ ପ୍ରସନ୍ନ ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ନାଉଗଁ।, ୧୫।୨ (ସ୍ବ.ପ୍ର.): ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ନାଉଗଁ। ବ୍ଲକର ପ୍ରସନ୍ନ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶୁକ୍ରବାର ଶିଖର ପଞ୍ଚାୟତ ପାରିଶିଖର ଗ୍ରାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଦେବୀ ନଦୀ ପଠାରେ ନିର୍ମିତ ଶହୀଦ ପ୍ରସନ୍ନଙ୍କ ପ୍ରତିମୂର୍ତ୍ତିଙ୍କୁ ଜଗତ୍‌ସିଂହପୁର ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକ ଉନ୍ମୋଚନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ସ୍ମୃତିସଭାରେ ଏମ୍‌ପି ଡା. ମଲ୍ଲିକଙ୍କ ସମେତ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଶହୀଦ ପ୍ରସନ୍ନ ପାଠ ପଢୁଥିବା ଗଁ। ସ୍କୁଲକୁ ତାଙ୍କ ନାମରେ ନାମିତ କରାଯିବା ସହିତ ତାକୁ ଏକ ଆଦର୍ଶ ବିଦ୍ୟାଳୟ ଭାବେ ଗଢ଼ିବା ଓ ଉଦ୍ୟାନ ଉନ୍ନତୀକରଣ ପାଇଁ ଅନୁଦାନ ଆସିଲେ କାର୍ଯ୍ୟ ତ୍ୱରାନ୍ବିତ କରାଯିବ ବୋଲି ଜିଲାପାଳ ମହାପାତ୍ର ସ୍ମୃତିସଭାରେ ପ୍ରତିଶ୍ରୁତି ଦେଇଥିଲେ।