ଶହୀଦ ବାଳକ

ଡ. ଉଦ୍ଧବ ଚରଣ ନାୟକ

୧୯୩୮ ଅକ୍ଟୋବର ୧୧ ପାହାନ୍ତା ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟ  ଏଇଠି ଟଳି ପଡିଥିଲେ ଛଅଜଣ ମହାରଥୀ । ଅତ୍ୟାଚାରୀ ଗୋରା ଫଉଜ ଆଉ ବର୍ବର ଢେଙ୍କାନାଳ ରାଜାଙ୍କ ପୋଲିସ ଗୁଳିରେ  ସେମାନେ ହେଲେ ବାରବରଷର ବାଳକ ବାଜି ରାଉତ, ଲକ୍ଷ୍ମଣ ମଲ୍ଲିକ, ନଟ ମଲ୍ଲିକ, ହୁରୁଷି ପ୍ରଧାନ (ନୀଳକଣ୍ଠପୁର) ଆଉ ଭୁବନର ରଘୁ ନାଏକ ଓ ଗୁରୀ ନାଏକ। ତା’ ପୂର୍ବରୁ ଢେଙ୍କାନାଳ ଗଡଜାତ ରାଜ୍ୟ ପରଜଙ୍ଗ ଓମଢ଼ି (କାମାକ୍ଷାନଗର) ଇଲାକାରେ ଗୋରା ଫଉଜ ଓ ଢେଙ୍କାନାଳ ରାଜାଙ୍କ ପୋଲିସ ଫଉଜ ମିଶି ଆରମ୍ଭ କରି ଦେଇଥିଲେ ବର୍ବରୋଚିତ ଅତ୍ୟାଚାର । ସେମାନଙ୍କ ଆକ୍ରମଣର ପ୍ରତିହତ ପାଇଁ ଲୋକେ ଥିଲେ ପ୍ରସ୍ତୁତ ା‘ମାରିବୁ ନୋହିଲେ ମରିବୁ’ ଏହା ଥିଲା ଢେଙ୍କାନାଳ ପ୍ରଜାଙ୍କର ସ୍ଲୋଗାନ। ଅନେକ ଲୋକ ମଲେ ା ପୋଲିସ ବି ମଲେ ା ଏହା ଥିଲା ଢେଙ୍କାନାଳ ଗଣ ଆନ୍ଦୋଳନ ବା ଗଣ ବିପ୍ଳବ ା ପୋଲିସ ଫଉଜ ଗାଁ ଗଁାରେ ପଶି ଅତ୍ୟାଚାର, ବଳାତ୍କାର, ଲୁଣ୍ଠନ, ଶୋଷଣ କରିବାରେ ଲାଗିଲେ ା ସେମାନେ ମାଡ଼ି ଆସିଲେ କାମାକ୍ଷାନଗର ଦେଇ ଭୁବନ ଇଲାକାକୁ ା ଭୁବନ ପାଖ ନୀଳକଣ୍ଠପୁର ବ୍ରାହ୍ମଣୀ ଘାଟରେ ପାର ହୋଇ ଢେଙ୍କାନାଳ ଗଡକୁ ଫେରିଯିବାର ମସୁଧା କରିଥାନ୍ତି ା
ଅକ୍ଟୋବର ୧୦ ରାତିରେ ଭୁବନଠାରେ ବସିଲା ପ୍ରଜାମଣ୍ଡଳ ଜରୁରୀ ବୈଠକ  ଆଲୋଚନା ହେଲା କେଉଁମାନେ ଡଙ୍ଗା ଜଗି ଫଉଜକୁ ବାଟ ଓଗାଳିବେ । ବାର ବରଷର ବାନର ସେନା ବାଜି ରାଉତ କହିଲେ,ମୁଁ ଡଙ୍ଗା ଜଗିବି  ବାଜି ରାଉତ ବୀରଦର୍ପରେ ଆସି ମା’ଙ୍କୁ କହିଲେ ବୋଉ ମୋତେ ଶୀଘ୍ର ଖାଇବାକୁ ଦେ, ଆଜି ରାତିରେ ଆମେ ଡଙ୍ଗା ଜଗିବୁ  ରାଜାଙ୍କ ପୋଲିସ ଓ ଗୋରା ଫଉଜକୁ ସେପାରିକୁ ଛାଡିବୁ ନାହିଁ । ଶେଷରେ ମା’ ଅମାନିଆ ବୀରପୁତ୍ରର ମଥାରେ ପିନ୍ଧାଇଦେଲା ମା’ ମଙ୍ଗଳାଙ୍କ ସିନ୍ଦୂର ା ହାତରେ ଧରେଇ ଦେଲା କପିଳାସ ଠେଙ୍ଗା । ବନ୍ଦାପନା କରି ବିଦାୟ ଦେଲା ପୁଅକୁ  ବାଜି ଚାଲିଗଲା ନଦୀ ଘାଟକୁ ା
ବାଜିଆର ଜନ୍ମ ନୀଳକଣ୍ଠପୁର ଗାଁର ଏକ ଖଣ୍ଡାୟତ ପରିବାରରେ ୧୯୨୬ ଅକ୍ଟୋବର ୫ରେ ା ବାପାଙ୍କ ନାଁ ହରି ରାଉତ ଓ ମା’ଙ୍କ ନାମ ରଣିଆ ରାଉତ ା ରାତ୍ରିର ଦ୍ୱିତୀୟ ପ୍ରହର ା ବାଜି ଅଣ୍ଟାରେ ଡଙ୍ଗା ଦଉଡି ବାନ୍ଧି ଡଙ୍ଗାକୁ ନେଇ ରଖିଛି କୂଳ ଠାରୁ ଟିକିଏ ଦୂରରେ ା ଫଉଜ ଘାଟ ପାଖରେ ପହଞ୍ଚତ୍ ଡାକ ଛାଡିଲେ ‘ଆରେ କିଏ ଅଛ, ଡଙ୍ଗା ଆଣ ା ବାଜିଆ ଡଙ୍ଗାରେ ଥାଇ ଜବାବ ଦେଲା, ପ୍ରଜା ମଣ୍ଡଳର ଆଦେଶ ନାହିଁ, ଡଙ୍ଗା ନେବା ପାଇଁ ା ଫଉଜମାନେ ବାରମ୍ବାର ଗର୍ଜନ କରୁଥାନ୍ତି ା ବାଜିଆ ଥରକୁ ଥର ଚିତ୍କାର କରି କହୁଥାଏ ପ୍ରଜାମଣ୍ଡଳର ଆଦେଶ ନାହିଁ, ଆଦେଶ ନାହିଁ ା
ଫଉଜରୁ ଜଣେ କହିଲା, ଆରେ ଜାଣିଛୁ ଆମେ କିଏ ? ବାଜିଆ କହିଲା, ‘ତୁମେ ଆଉ କିଏ, ତୁମେମାନେ ହେଉଛ ଅତ୍ୟାଚାରୀ ରାଜାର ଡାହାଳ କୁକୁର, … କୁକୁର ା ତୁମେମାନେ ଆମ ମା’ ଭଉଣୀଙ୍କର ଇଜ୍ଜତ ଲୁଟୁଛ । ତୁମେମାନେ ମଣିଷ ନୁହଁ  ନର ରାକ୍ଷସ ା ଏତିକି ବେଳେ ଢେଙ୍କାନାଳ ରାଜାଙ୍କ ପୋଲିସ ରବି ସ୍ବାଇଁ ଚଳାଇ ଦେଲା ଗୁଳି ବାଜି ରାଉତର ମୁଣ୍ଡକୁ । ଏତିକି ବେଳେ ବାଜିଆ ମୁହଁରୁ ବାହାରି ପଡିଲା, ”ପ୍ରଜା ମଣ୍ଡଳର ଜୟ, ମହାତ୍ମା ଗାନ୍ଧୀ କି ଜୟ, ଭାରତମାତା କି ଜୟ“ ।
ମୋ: ୯୪୩୮୨୯୯୧୭୪