ଶହୀଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ : ସେମିରେ ଇଲେଭେନ ଷ୍ଟାର ସୋନପୁର

ଅମରପାଲି, ୧୭।୧୦ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡିଆପାଲି ଖେଳ ପଡିଆରେ ହେଉଥିବା ୧୦ମ ଶହୀଦ ବିଭୀଷଣ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଚତୁର୍ଥ ଦିବସ ଗୁରୁବାର ତିନୋଟି ମ୍ୟାଚ ଖେଳାଯାଇଥିଲା। ପ୍ରଥମ ମ୍ୟାଚ ଏମଏନସିସି ଉପୁଲା ଓ ବିଏମସିସି ପଣ୍ଡିଆପାଲି ମଧ୍ୟରେ ହୋଇଥିଲା। ଉଫୁଲା ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ରତନଙ୍କ ୩୧ରନ ସହାୟତାରେ ନିର୍ଦ୍ଧାରିତ ୧୦ ଓଭରରେ ୬ଉଇକେଟ ହରାଇ ୧୧୫ ରନ କରିଥିଲା । ଜବାବରେ ପଣ୍ଡିଆପାଲି ଦଳ ନିର୍ଦ୍ଧାରିତ ୧୦ଓଭରରେ ସମସ୍ତ ଉଇକେଟ ହରାଇ ୬୦ ରନ କରି ପରାସ୍ତ ହୋଇଥିଲା। ଦ୍ୱିତୀୟ ମ୍ୟାଚ ୟଙ୍ଗଷ୍ଟାର ବୀରମହାରାଜପୁର ଓ ଇଲେଭେନଷ୍ଟାର ସୋନପୁର ମଧ୍ୟରେ ହୋଇଥିଲା। ବୀରମହାରାଜପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮ ଉଇକେଟ ହରାଇ ୬୪ ରନ କରିଥିଲା। ଯବାବରେ ସୋନପୁର ଦଳ ୬.୨ ଓଭରରେ ୩ ଉଇକେଟ ହରାଇ ୬୫ ରନ କରି ବିଜୟୀ ହୋଇଥିଲା। ଦଳର ଆକାଶ ସାହୁ ୨୦ ରନ କରିଥିଲେ। ତୃତୀୟ ମ୍ୟାଚ ପ୍ରଥମ ମ୍ୟାଚର ବିଜେତା ଉଫୁଲା ଓ ଦ୍ୱିତୀୟ ମ୍ୟାଚର ବିଜେତା ସୋନପୁର ମଧ୍ୟରେ ହୋଇଥିଲା। ଉଫୁଲା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୯ ଉଇକେଟ ହରାଇ ୯୦ ରନ କରିଥିବା ବେଳେ ସୋନପୁର ଦଳ ଆବଶ୍ୟକ ୯୧ ରନକୁ ୯ ଓଭରରେ ୫ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା।

Share