Categories: ଜାତୀୟ

ଶହୀଦ ବୀର ଯବାନଙ୍କୁ ଦେଶ କେବେ ଭୁଲିବନି: ମୋଦି

ନୂଆଦିଲ୍ଲୀ,୧୪।୨: ୨୦୧୯, ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ୪୦ ଜଣ ଯବାନ ଶହୀଦ ହୋଇଥିଲେ। ଶୁକ୍ରବାର ଏହି ଆକ୍ରମଣକୁ ବର୍ଷେ ପୂରିଛି। ଏହି ଘଟଣାକୁ ମନେପକାଇ ଦେଶବାସୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ କରି ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦେଶର ସୁରକ୍ଷା ପାଇଁ ଶହୀଦ ହୋଇଥିବା ବୀର ଯବାନଙ୍କୁ ଦେଶ କେବେ ଭୁଲିବନି ବୋଲି ସେ ନିଜ ବାର୍ତ୍ତାରେ କହିଛନ୍ତି।

Share