Categories: ଜାତୀୟ

ଶହୀଦ ମେଜର ବିଭୁତିଙ୍କ ପତ୍ନୀ ନିକିତା ପିନ୍ଧିବେ ସେନା ପୋଷାକ!

ଡେରାଡୁନ,୮।୩: ପୁଲଓ୍ବାମାରେ ଏକ ଏନ୍‌କାଉଣ୍ଟର ସମୟରେ ଗତବର୍ଷ ଫେବୃୟାରୀରେ ଶହୀଦ ହୋଇଥିବା ମେଜର ବିଭୁତି ଧୌଣ୍ଡିୟାଲଙ୍କ ପତ୍ନୀ ନିକିତା କୌଲ ଧୌଣ୍ଡିୟାଲ ସେନାରେ ଯୋଗ ଦେବେ ବୋଲି ଜଣାପଡିଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ଅନୁଷ୍ଠିତ ସିଡିଏସ୍‌ ଓ ଏନ୍‌ଡିଏସ୍‌ ଭଳି ଓ୍ବିମେନ ଏଣ୍ଟ୍ରି ସ୍କିମ ପରୀକ୍ଷାରେ ନିକିତା କୃତକାର୍ଯ୍ୟ ହୋଇଛନ୍ତି। ସ୍ବାମୀ ବିଭୁତିଙ୍କ ଭଳି ସେ ବି ସେନାରେ କାମ କରି ଦେଶସେବା କରିବେ ବୋଲି ଶୁଣିବାକୁ ମିଳିଛି। ନିକଟରେ ବିଭୁତିଙ୍କ ଶ୍ରାଦ୍ଧଦିବସରେ ଯୋଗ ଦେବାକୁ ସେ ବିଭୁତିଙ୍କ ପୈତୃକ ଗ୍ରାମ ଆସିଥିବା ବେଳେ ଏସମ୍ପର୍କରେ ସାମାନ୍ୟ ସୂଚନା ଦେଇଥିବା କୁହାଯାଉଛି। ଏବେ ନିକିତା ଟାଟା କନସଲଟାନ୍ସିରେ କାମ କରୁଛନ୍ତି।

Share