Categories: କନ୍ଧମାଳ

ଶହୀଦ ମେମୋରିଆଲ କ୍ରିକେଟ: ଫିରିଙ୍ଗିଆ, ରାଇକିଆ ବିଜୟୀ

ଫୁଲବାଣୀ ଅଫିସ,୩ା୧- ଫୁଲବାଣୀ ମାଦିକୁନ୍ଦାସ୍ଥିତ ରିଜର୍ଭ ପୋଲିସ ପଡିଆରେ ଶହୀଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଏସ୍‌ପି ପ୍ରତୀକ ଗୀତା ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ପ୍ରଥମ ମ୍ୟାଚରେ ଫିରିଙ୍ଗିଆ ଟିମ୍‌ ବିପକ୍ଷ ଆର୍‌. ନୂଆଗାଁ ଟିମ୍‌କୁ ହରାଇ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ରାଇକିଆ ଦଳ ବିପକ୍ଷ ପୋଲିସ ଟିମ୍‌କୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇଛି। ଆର୍‌.ନୂଆଗାଁ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୧୪୧ ରନ କରିଥିଲା । ଜବାବରେ ଫିରିଙ୍ଗିଆ ଟିମ୍‌ ୫ ଉଇକେଟ ହରାଇ ୧୪୨ ରନ କରି ମ୍ୟାଚ ଜିତିଥିଲା। ଦ୍ୱିତୀୟ ମ୍ୟାଚରେ ରାଇକିଆ ପ୍ରଥମେ ବ୍ୟାଟିଂ କରି ୧୦୨ ରନ କରିଥିଲା। ଜବାବରେ ପୋଲିସ ଟିମ୍‌ ୯୫ ରନ କରି ମ୍ୟାଚ ହାରିଥିଲା। ସୂଚନାଯୋଗ୍ୟ, ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କନ୍ଧମାଳ ପୋଲିସର ୩ ଯବାନଙ୍କ ସ୍ମୃତିରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଏଥିରେ ୧୦ଟି ଟିମ ଭାଗ ନେଇଛନ୍ତି। ଆସନ୍ତା ୫ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ।