ଚେନ୍ନାଇ,୧୭।୬: ଗଲୱାନ ଘାଟିରେ ହୋଇଥିବା ଚାଇନା ସହ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶହୀଦ ଯବାନଙ୍କୁ ସାରା ଦେଶ ସଲାମ କରୁଥିବାବେଳେ ଆଇପିଏଲ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଡାକ୍ତର ଡା. ମଧୁ ତୋଟାପିଲ୍ଲୀ ଶହୀଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମଧୁ ଟୁଇଟରେ କହିଥିଲେ, ଯେତେବେଳେ କଫିନ ଆସିବ ସେତେବେଳେ ପିଏମ କେୟାର ଷ୍ଟିକର ରହିବ କି ନାହିଁ ତାହା ଜାଣିବାକୁ ମୁଁ ଆଗ୍ରହୀ। ଏହାର ଫଳସ୍ବରୂପ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏନେଇ ସିଏସକେ ପକ୍ଷରୁ ଟୁଇଟ୍ ଯୋଗେ ସ୍ପଷ୍ଟ କରାଯାଇଛି। ୨୦ ଯବାନ ଶହୀଦ ହେବା ପରେ ବିରାଟ କୋହଲିଏବଂ ବୀରେନ୍ଦ୍ର ସେହ୍ବାଗଙ୍କ ଭଳି ଖେଳାଳି ଶୋକ ପ୍ରକାଶ କରିଛନ୍ତି।